No Result
View All Result
କାସନ୍ଦା-କଟକପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣର ୧୦ ଦିନ ପରେ ରାସ୍ତାରୁ ପିଚୁ ଉଠିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ
ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ରଣପୁର,କାସନ୍ଦ :- ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କାସନ୍ଦା-କଟକପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣର ୧୦ ଦିନ ପରେ ରାସ୍ତାରୁ ପିଚୁ ଉଠିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗତ ସାତବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ପୁନଃ ନିର୍ମାଣ ଗତ ୧୦ ଦିନ ତଳେ ହୋଇଥିଲା ରାସ୍ତାରେ ପିଚୁ ଓ ବଜୁରୀ ପକାଇ ଠିକାଦାର ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଥିବାରୁ ନିର୍ମାଣ ସମୟରେ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ ।
ଏସବୁସତ୍ତ୍ଵେ ଠିକାଦାର ଏଦିଗରେ ଆଦୌ ଗୁରୁତ୍ବ ଦେଇନଥିଲେ । ଏବେ ରାସ୍ତାରୁ ପିଚୁ ଉଠିବା ସହ ବଢୁରୀ ଗଡ଼ୁଛି । ଫଳରେ ଦୁର୍ଘଟଣା ବଢୁଛି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନି । ଜନସାଧାରଣଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
No Result
View All Result