ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ
ଓଡ଼ିଶା ତାଜା ନ୍ୟୁଜ୍ (୭ ଏପ୍ରିଲ ଗୁରୁବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ବିଜେଡି ଚୟନ କରିଥିଲେ । ଦେବାଶିଷ ରଣପୁର ନିର୍ବାଚନ ମଣ୍ଡଳୀ ୨୨ ନମ୍ବର ଜୋନରୁ ନିର୍ବାଚିତ ହୋଇଥିଲେ । ଦେବାଶିଷ ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।
ବିଷ୍ଣୁପ୍ରିୟା ଜିଲ୍ଲାପରିଷଦ ଉପାଧ୍ୟକ୍ଷା
ନୟାଗଡ଼ ଜିଲ୍ଲା ପରିଷଦ ଉପ ସଭାନେତ୍ରୀ ଭାବେ ବିଜେଡି ପକ୍ଷରୁ ୭ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବିଷ୍ଣୁପ୍ରିୟା ବେହେରାଙ୍କୁ ଚୟନ କରା ଯାଇଥିଲା । ବିଷ୍ଣୁପ୍ରିୟା ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ।














