• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ କାର୍ଯ୍ୟକାରିତା’ ସମ୍ବନ୍ଧିତ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

Proprietor Abhimanyu Maharana by Proprietor Abhimanyu Maharana
April 7, 2022
in ଓଡ଼ିଶା, ମହାନଗର, ହୋମ୍
0
‘ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ କାର୍ଯ୍ୟକାରିତା’ ସମ୍ବନ୍ଧିତ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୭ ଏପ୍ରିଲ ଗୁରୁବାର ) ଭୁବନେଶ୍ୱର :- ଭୁବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ ଠାରେ ଚଳିତ ଅପ୍ରେଲ୍‌ ୫ ଓ ୬ ତାରିଖ ଦୁଇଦିନ ବ୍ୟାପୀ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦’କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସମ୍ବନ୍ଧିତ ପ୍ରଶିକ୍ଷଣ କର୍ମଶାଳା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ୫୧ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଆୟୋଜିତ ଉକ୍ତ ପ୍ରଶିକ୍ଷଣ କର୍ମଶାଳାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର୍ ଶ୍ରୀ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ କରି କହିଥିଲେ ଯେ, ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟସୂଚୀ (ଏଜେଣ୍ଡା) ପ୍ରସ୍ତୁତ କରାଯାଇଛି ।

ଏହାର କାର୍ଯ୍ୟକାରିତା ଓ ଶତପ୍ରତିଶତ ସଫଳତା ହାସଲ ଦିଗରେ ବିଭିନ୍ନ ବିଭାଗର ବ୍ୟୟ ଅଟକଳରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ପୃକ୍ତ ବିଭାଗରେ କାର୍ଯ୍ୟରତ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପ୍ରମୁଖ ଭୂମିକା ରହିଛି । ସମ୍ପୃକ୍ତ ଅଧିକାରୀମାନେ ନିଜ ବିଭାଗରେ ଏ’ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଏଜେଣ୍ଡାକୁ ଭିଜନ୍ ଡକ୍ୟୁମେଣ୍ଟ ଭାବେ ପ୍ରାଧାନ୍ୟ ଦେବା ସହ ଧାର୍ଯ୍ୟ ଲକ୍ଷ୍ୟ ସାଧନ ଦିଗରେ ସମସ୍ତଙ୍କ ସମ୍ମିଳିତ ପଦକ୍ଷେପ ଗ୍ରହଣ ଯଥା :- ପ୍ରଦୂଷଣ ହ୍ରାସ ସହ ଉତ୍ତରପିଢ଼ୀଙ୍କ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି, ଜୀବନ ଧାରଣ ମାନ ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ପରିବେଶ ସନ୍ତୁଳନ ରକ୍ଷା ଓ ବିଶ୍ୱତାପନ ନିୟନ୍ତ୍ରଣ ପ୍ରଚେଷ୍ଟା, ଜୈବ ବିବିଧତା ସଂରକ୍ଷଣ, ଜଳ ସଂରକ୍ଷଣ, ଜୀବନଶୈଳୀ ପରିବର୍ତ୍ତନ ଆଧାରରେ ରଣନୀତି ପ୍ରସ୍ତୁତ କରିବା ଦିଗରେ ବିଭିନ୍ନ ବିଭାଗରୁ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ବନ୍ୟପ୍ରାଣୀ ଓ ମାନବସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରାଗଲେ ପୃଥିବୀରେ ଜୀବନଧାରଣ ଶତପ୍ରତିଶତ ଉତ୍ତମ ହେବା ସହ ଆଗାମୀ ପିଢ଼ୀଙ୍କ ପାଇଁ ମଧ୍ୟ ଜୀବନ ସୁଗମ ହୋଇପାରିବ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ରାଜ୍ୟରେ ବିଗତ ଦିନମାନଙ୍କରେ ସଂଘଠିତ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଓ ଅନିୟମିତ ବର୍ଷା ଆଦି ଅନୁଶୀଳନ କରି ଏହାର ନିରାକରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ସମସ୍ତ ବିଭାଗମାନଙ୍କ ସମ୍ମିଳିତ ସହଯୋଗ ଆବଶ୍ୟକ । ବିକାଶର ନିରନ୍ତର ପ୍ରକ୍ରିୟାରେ ରାଜ୍ୟର ସମସ୍ତ ବର୍ଗଙ୍କ ସାମଗ୍ରୀକ ବିକାଶ ସାଧନ ପାଇଁ ୨୦୩୦ ଏଜେଣ୍ଡାରେ ସୂଚୀତ ଓ ନିର୍ଦ୍ଧାରିତ ୧୭ ଟି ଉଦ୍ଦେଶ୍ୟ ଏବଂ ତତ୍ ଅନ୍ତର୍ଗତ୧୬୯ ଟି ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ବିଭାଗର ସକ୍ରିୟ ଭୂମିକା ରହିଛି ଏବଂ ନିଜର ବ୍ୟୟ ଅଟକଳରେ ପ୍ରତ୍ୟେକ ବିଭାଗ ପକ୍ଷରୁ ତୃଣମୂଳସ୍ତରରୁ ବିକାଶ ସାଧନର ପ୍ରକ୍ରିୟା, ଗୋଷ୍ଠୀ ସଂଗଠନ ସ୍ତରରୁ ଦକ୍ଷତା ବୃଦ୍ଧି, ଜୀବନ-ଜୀବିକା ବୃଦ୍ଧି କ୍ଷେତ୍ର ଆଦିରେ ଉପାଦେୟ ଯୋଜନା ଓ ପରାମର୍ଶ ମାନ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସେ ଗୁରୁତ୍ୱାରୋପ କରିଥିଲେ ।

କର୍ମଶାଳାର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ଏସ୍‌.ଡି.ଜି. ନୋଡାଲ୍ ଅଧିକାରୀ ଶ୍ରୀ ମନୀଷ ଅଗ୍ରୱାଲ୍‌, ଅର୍ଥ ବିଭାଗ ବଜେଟ୍ ନିର୍ଦ୍ଦେଶକ ଡଃ. ସତ୍ୟପ୍ରିୟ ରଥ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରମାଣ ଆଧାରିତ ଯୋଜନା, ଏସ୍‌.ଡି.ଜି. ମନିଟରିଂ ଫ୍ରେମ୍‌ୱାର୍କ ଏବଂ ଏଥି ସମ୍ବନ୍ଧିତ ଡ୍ୟାସ୍‌ବୋର୍ଡ଼ କାର୍ଯ୍ୟକାରିତା ଆଦି ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ, ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ ଶ୍ରୀ ସୁନ୍ଦର ନାରାୟଣ ମିଶ୍ର, ଡଃ. ରମେଶ ଚେଲାନ୍ ପ୍ରମୁଖ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

June 26, 2026
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

June 26, 2026
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version