ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର, ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍ ) ୧୦ ମଇ,ରବିବାର :- ମାହାଙ୍ଗା, ଓଡିଶା ତାଜା ନିଉଜ, ମଇ ୧0 : ମଣିଷ ଯେତେ ବଡ ହେଉନା କାହିଁକି ନିଜ ମା”ର ଆଶ୍ରିବାଦ ବିନା ଆଗକୁ ବଢ଼ିପାରେନା, ମାଆଠୁ ବଳି ଦୁନିଆରେ କେଇ ବଡ଼ ନାଇଁ, ଯେତେ ଦୋଷ କଲେବି ମା ସବୁବେଳେ ତ ପୁତ୍ରକୁ ସ୍ନେହ ହିଁ ସ୍ନେହ ଦେଇଥାଏ, ମା ହେଉଛି ଚଳନ୍ତି ଦେବୀ, ଆଉ ସେଇ ମା ର ବିଭୁ କୃପାରୁ ପୁତ୍ର ସୌଭାଗ୍ୟ ଲାଭକରେ, ଆଉ ସବୁ କ୍ଷେତ୍ରରେ ବିଜୟର ଟୀକା ପିନ୍ଧିଥାଏ, ଆଉ ସେଇ ଅଧିକାରୀ ହେଉଛନ୍ତି ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା କୋଭିଡ ଭଳି ବିଶ୍ୱ ମହାମାରୀ ର କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ମା ଙ୍କୁ ଭୁଲିନାହାନ୍ତି ସେ, ଆଜି ବିଶ୍ୱ ମାତୃତ୍ୱ ଦିବସରେ ନିଜ ମାଙ୍କ ପାଖରେ ସମୟ କଟାଇଛନ୍ତି, ସେଇ ଛୋଟ ପିଲାଙ୍କ ଭଳି ନିଜ ମା ଙ୍କ ପାଖରେ ଅଳି କରି ଆଜି ସାଉଣ୍ଟିଛନ୍ତି ସେଇ ପିଲାଦିନର ଅନାବିଳ ଭଲପାଇବା, ଆଉ ମା ନିଜ ପଣତ କାନିରେ ବାନ୍ଧି ରଖିଛନ୍ତି ପୁତ୍ର ର ସେହି ସ୍ନେହଭରା ମୁହୂର୍ତ୍ତକୁ, ମନ୍ତ୍ରୀ ଜେନାଙ୍କ ମା ଙ୍କ ପ୍ରତି ଥିବା ଭଲପାଇବାକୁ ଦେଖି ଆନନ୍ଦରେ ବିଭୋର ହୋଇଛନ୍ତି ତାଙ୍କ ଅନୁଗାମୀମାନେ,
ପ୍ରାୟ ଦିନ ୨ଟା ହେବ । ଏହା ହିଁ ଗରିବୀ ଜୀବନର ଛୋଟିଆ ମାନସାଙ୍କ । ଏମିତି ଭାବନା ମଧ୍ୟରେ ଚମକି ପଡିଲା ମିତୁ । କଣ ହେଲା ବାବୁ। – କିଛି ନାହିଁ , ଆଛା ତମେ ଏଠି କଣ କରୁଛ । – ଏଇଠି ରହୁଛୁ ବାବୁ, କାଳେ କିଏ ଆମକୁ କଣ ଦବ ।ତମେ ଖାଇଛ? – ନାଇଁ ବାବୁ, ଗୋଟାଏ ବୋଲି କଂସାଟେ । ସେ ଖାଉଛି । ସେ ଖାଇ ସାରିଲା ପରେ ମୁଁ ଖାଇବି । – ଏ ଛୁଆ କ ଣ ଖାଇଲା ? – କଣ ଆଉ ଖାଇବ ? ମୋ ଦେହରୁ ଯାହା ଟିକେ ଝୁଣିଥିଲା (ସ୍ତନ୍ୟପାନ କରାଇବା) । ହେଲେ ଏ ଦେହରେ ତ କିଛି ନାହିଁ । କଣ ସେ ଖାଇଥିବ । ଏ ଯେଉଁ କରନା ଆଇଚି, ଭିକ ମାଗି ପାରୁନି । କିଏ ଗୋଟେ ବିସୁକୁଟ ଦେଇଥିଲା । ତାକୁ ପାଣିରେ ବତୁରେଇ ଖାଇବାକୁ ଦେଇଛି । ଦେଖୁନ ବାବୁ, କେମିତି ଚୁପ୍ ଚାପ୍ ଶୋଇ ପଡିଛି । ମିତୁ ଦେଖୁଥିଲା ଉକ୍ତ ମହିଳା ଜଣଙ୍କୁ । ମାତୃତ୍ୱର ମମତ୍ୱ ବୋଧରେ ଝଲ ମଲ ହୋଇ ଉଠୁଥିଲା ତାର ମୁଖ ମଣ୍ଡଳ ।ଦାରିଦ୍ରର କଷାଘାତ ତାକୁ ବଶ କରି ପାରି ନ ଥିଲା । କରୋନା ଜ୍ୱଳନରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକ ଛାଡୁଥିବା ସମୟରେ, ମହିଳାଙ୍କ ମୁଖ ମଣ୍ଡଳରୁ ବାରି ହୋଇ ପଡୁଥିଲା ଚେନାଏ ହସ । ସତରେ ଆଜି ପର୍ଯ୍ୟନ୍ତ ସ୍ବାର୍ଥନ୍ୱେଷୀ ସମାଜ କେବେ ବୁଝିଛି ଏକ ମାଆକୁ ନା ତାର ମମତ୍ୱବୋଧକୁ । ଏତେ ଦୁଃଖ ଯନ୍ତ୍ରଣା ମଧ୍ୟରେ ଥାଇ ମଧ୍ୟ, ଜଣେ ମାଆ ଏତେ ସୁନ୍ଦର ହସଟେ ହସି ପାରେ, ମୁଁ ବିବଶ ହୋଇ ପଡୁଥିଲି । – କଣ ଏମିତି ଚାହିଁଚ ବାବୁ, ଆପଣ ସାମ୍ବାଦିକ ବୋଧେ । କାହିଁକି ଆମ ପଛରେ ପଡିଚ ? ଆଜି ବହୁତ ଖରା ହଉଛି । ଆପଣ ଖାଇ ନ ଥିବେ । ଘରକୁ ଯାଆନ୍ତୁ । ଆପଣଙ୍କ ମାଆ ବି ଖୋଜୁଥିବେ ଆପଣଙ୍କୁ ।
ଭୋକ ହେବଣି । ଯାଆନ୍ତୁ ବାବୁ । ଏଇ କେଇ ପଦ କଥାରେ ଭାବ ପ୍ରବଣ ହୋଇ ଉଠିଲା ମିତୁର । ଗରିବ ଅବସ୍ଥା ମାନବ ଜୀବନ ପାଇଁ ଅଭିଶାପ ହୋଇ ପାରେ । କିନ୍ତୁ ଏକ ନାରୀ ହୃଦୟରେ ସାରା ସଂସାର ପାଇଁ ଥାଏ ଏପରି ମମତ୍ୱବୋଧ । ଯାହାର ପରଶରେ ଶିଳା ବି ଶାଳଗ୍ରାମ ହୋଇଯାଏ, ମାଟି ବି ଚନ୍ଦନ ହୋଇଯାଏ ଆଉ ନିଦାଘ ଚଇତାଳି ଫଗୁଣର ଫଲଗୁ ହୋଇ ସାରା ହୃଦୟକୁ କିଲ୍ ବିଲ୍ କରିଦିଏ । ସତରେ ମାଆ,ତାତେ କୋଟି କୋଟି ପ୍ରଣାମ । ମିତୁର ହୃଦୟଟା ବତୁରି ଗଲା ଏମିତି କେଇ ପଦ କଥାରେ । ସେ ଆଖି ମିଶାଇ ପାରୁ ନ ଥିଲା ବିଶ୍ରାମଗାରର ଥିବା ମହିଳାଙ୍କ ଆଖିରେ । ଆଖିରେ ଲୁହ ଜକେଇ ଆସୁଥିଲା । ଶେଷରେ ଜଣେ ଦରଦୀ ମଣିଷ ଭାବରେ ଅନ୍ୟମନସ୍କ ଭାବରେ ଶୋଇଥିବା କୁନି ପିଲା ହାତରେ ଯତ୍ କିଂଚିତ୍ ନିଜ ସାଧ୍ୟ ମୁତାବକ…. । ବାସ୍ । ପଛକୁ ଟିକେ ଚାହିଁ ଛୁଟାଇ ଦେଲା ମୋଟର ସାଇକେଲ ନିଜର ଘର ଅଭିମୁଖେ । ହେଲେ ଲୁହ ଜାଲୁ ଜାଲୁ ଆଖି ଆଗରେ ନାଚି ଯାଉଥିଲା, ସେଇ ମାଆର ମମତାବୋଳା କେଇପଦ କଥା ଆଉ କୁନି ଶିଶୁଟିର ନିଷ୍ପାପ ମୁହଁ । ସତରେ ମାଆ, ଆଜି ତୋତେ କୋଟି କୋଟି ପ୍ରଣାମ ।