ଓଡ଼ିଶା ତାଜା ନ୍ୟୁଜ୍ (୭ ଏପ୍ରିଲ ଗୁରୁବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳରୁ ପ୍ରାର୍ଥିନୀ ହୋଇଥିବା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି l ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୂତି ଭୂଷଣ ଲହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଭାବେ ଥିଲେ l ଶାନ୍ତି ନାୟକ ବିଜେଡି ବାଲିଗୁଡା ୫ ନଂ.କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ l

ବିଜୟୀ ହେବା ପରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ ଓ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହ ବାଲିଗୁଡା ଏନଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି l

ତାଙ୍କର ଏହି ବିଜୟର ଶ୍ରେୟ ସେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କୁ ଦେଇଛନ୍ତି lସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ବିଶେଷ କରି ମହିଳାମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ l ବିଜେଡି ମହିଳା ସଙ୍ଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ ହେବ ସେନେଇ ସେ ଉଦ୍ୟମ କରିବେ l ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାପରେ ଶାନ୍ତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l