No Result
View All Result
ରଣପୁର ଥାନାରେ ଶୁଭାରମ୍ଭ ହେଲା ୧୧୨ ଇମରଜେନ୍ସି ରେସପନ୍ସ ଭେଇକିଲ ଉକ୍ତ ବାହନ ମାଧ୍ୟମରେ ଜରୁରୀକାଳୀନ ସମୟରେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ରଣପୁରବାସୀ ପାଇପାରିବେ । ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରି ଏହି ସେବା ମଧ୍ୟ ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ ।

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ବୁଧବାର ) ରଣପୁର :- ପୋଲିସ, ଆମ୍ବୁଲାନ୍ସ, ଦମକଳ ପାଇଁ ଗୋଟିଏ ନମ୍ବର । ୧୧୨ ଡାଏଲ (Emergency number) କଲେ ମିଳିବ ସବୁ ଜରୁରୀ ସେବା । ଜନସାଧାରଣଙ୍କ ସୁବିଧାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟ।ୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ (ଇଆରଭି)ର ଶୁଭାରମ୍ଭ କରାଯିବାବେଳେ ନୟାଗଡ଼ ଜିଲ୍ଲାକୁ ୪ଟି ବାହନ ମିଳିଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି ରଣପୁର ଥାନାରେ ୧୧୨ ଏମରଜେନ୍ସି ରେସପନ୍ସ ଭେଇକିଲ ଶୁଭାରମ୍ଭ କରାଯାଇଛି ।
ଏହି ନୂଆ ୧୧୨ ଏମରଜେନ୍ସି ରେସପନ୍ସ ବାହନଟି ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟ କରିବ । ଏହାକୁ ଅଧିକ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଭ୍ୟାନଗୁଡ଼ିକୁ ଜିଆଇଏସ ଓ ଜିପିଏସ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି । ଏହି ନୂଆ ପ୍ରୟାସ ଦ୍ବାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ଧ ଓ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି । ଉକ୍ତ ବାହନ ମାଧ୍ୟମରେ ଜରୁରୀ କାଳୀନ ସମୟରେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ରଣପୁରବାସୀ ପାଇପାରିବେ । ବିଶେଷ କରି ଏହି ଗାଡ଼ିଗୁଡ଼ିକ ଏକା ସଙ୍ଗେ ତିନି ପ୍ରକାର ଜରୁରୀକାଳୀନ ସେବା ପ୍ରଦାନ କରିବ । ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରି ଏହି ସେବା ମଧ୍ୟ ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ ।

No Result
View All Result