• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
April 6, 2022
in ଓଡ଼ିଶା, ମହାନଗର, ହୋମ୍
0
STATE GOVERNMENT INTRODUCES ‘SEX SORTED SEMEN’ FOR BOOSTING DAIRY DEVELOPMENT IN THE STATE
Share on FacebookShare on TwitterWhatsapp

ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ୱାରା କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ବୁଧବାର ) ଭୁବନେଶ୍ୱର :- କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି । ବିଗତ କରୋନା ମହାମାରୀ କାଳରେ ଚାକିରି ବୃତ୍ତି ପାଇଁ ରାଜ୍ୟ ବାହାରକୁ ଯାଇଥିବା ଓଡ଼ିଆ ଯୁବପିଢ଼ି ରାଜ୍ୟକୁ ଫେରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମନୋନିବେଶ ତଥା ପୁଂଜିନିବେଶ କରିଛନ୍ତି । ଆଜି ଭୁବନେଶ୍ୱର କୃଷି ଭବନଠାରେ ଲିଙ୍ଗ ନିରୁପିତ ଶୁକ୍ରାଣୁ (SexSorted Semen) ଦ୍ୱାରା କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍‌ନୋଲୋଜି ଦ୍ୱାରା ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରି ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବା ସହିତ ଚାଷୀର ଆୟବୃଦ୍ଧି ଘଟିବ ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ୭୫ ପ୍ରତିଶତ ରିହାତି ସରକାର ଯୋଗାଇଦେବେ । ଗୋଟିଏ ଡୋଜ ଲିଙ୍ଗ ନିରୁପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଥିବାସ୍ଥଳେ ସରକାର ଏହାକୁ ଗୋପାଳକମାନଙ୍କୁ ମାତ୍ର ୧୮୦ ଟଙ୍କାରେ ଯୋଗାଇଦେବେ । ରାଜ୍ୟର ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କରେ ଏଥି ପାଇଁ ଶତପ୍ରତିଶତ ରିହାତିର ସୁବିଧା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଗତ ଦୁଇ ଦଶକରେ ରାଜ୍ୟରେ ଗୋପାଳକର ବିକାଶ ଚାଷୀମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି ।

ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି ା ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍‌ ଟନ୍‌ ଥିବାବେଳେ ୨୦୨୧ ମସିହାରେ ୨୩.୭୩ ଲକ୍ଷ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି । କୃତି୍ରମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତି୍ରମ ପ୍ରଜନନ କରାଯାଉଛି । ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇଥର ଟିକାକରଣ କରାଯାଉଛି । ଉଚ୍ଚ ଅମଳସଂପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ନୂତନ ଡାଇରୀ ଫାର୍ମ ଓ ମିá ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦିଆଯାଉଛି ।

 

ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌) ମାଧ୍ୟମରେ ରାଜ୍ୟର ପ୍ରାୟ ୩୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରୟ କରିପାରୁଛନ୍ତି । ଉଚ୍ଚ ଜେନେଟିକ୍‌ କ୍ଷମତାସଂପନ୍ନ ଷ„ଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ  ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି । ଲିଙ୍ଗ ନିରୁପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତି୍ରମ ପ୍ରଜନନ କରାଯାଉଥିବା ଗାଈଙ୍କଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ । ଧୀରେ ଧୀରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥିବାରୁ ଗୋପାଳକମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡ଼ି ଦେଇଥାନ୍ତି ଓ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ ।

ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍‌ନୋଲୋଜି ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍‌ କ୍ଷମତା ସଂପନ୍ନ ମାଈ ବାଛୁରି ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ୱାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ । ଏହି ଅବସରରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ ରାଜ୍ୟରେ ଗିର୍‌, ସାହିୱାଲ୍‌, କ୍ରସ୍‌ ବ୍ରେଡ୍‌ ଜର୍ସି, କ୍ରସ୍‌ ବ୍ରେଡ୍‌ ହୋଲ୍‌ଷ୍ଟିନ୍‌ ଫି୍ରଜିଆନ୍‌ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ୍‌ ସିମେନ୍‌ ଚାଷୀଙ୍କ ପାଇଁ ଉପଲବ୍ଧ ହେବ । ଓଡ଼ିଶା ଗୋ- ମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଥିଲେ ଯେ ଲିଙ୍ଗ ନିରୁପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୨-୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡୋଜ୍‌ (Sex Sorted Semen) ବ୍ୟବହାର କରି ୧.୨୦ ଲକ୍ଷ ଗାଈଙ୍କ କୃତି୍ରମ ପ୍ରଜନନ କରାଯିବ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ପ୍ରାଣୀଧନ ଅନୁସନ୍ଧାନ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୋ-ପ୍ରଜାତି କୃତି୍ରମ ପ୍ରଜନନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓମ୍‌ଫେଡ୍‌ର ଏମ୍‌.ଡି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ମହାବିଦ୍ୟାଳୟର ବିଶେଷଜ୍ଞ, ବିଭାଗୀୟ ଅଧିକାରୀ ଓ ଗୋପାଳକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଗୋପାଳକ ଓ ବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

June 26, 2026
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026

Recent News

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

June 26, 2026
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ କଳା ଦିବସ ପାଳିତ

June 26, 2026
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version