• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ କୁଆଡ଼େ ଗଲେ ସ୍ମୃତି ଇରାନୀ ? ମୋଦିଙ୍କୁ ଚୁଡ଼ି ପିନ୍ଧାଇବେକି ?

Proprietor Abhimanyu Maharana by Proprietor Abhimanyu Maharana
April 5, 2022
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ କୁଆଡ଼େ ଗଲେ ସ୍ମୃତି ଇରାନୀ ? ମୋଦିଙ୍କୁ ଚୁଡ଼ି ପିନ୍ଧାଇବେକି ?
Share on FacebookShare on TwitterWhatsapp

କୁଆଡ଼େ ଗଲେ ବାବା ରାମ ଦେବ ? ୪୦ ଟଙ୍କାରେ ପେଟ୍ରୋଲ ଦେବାପାଇଁ ମୋଦିଙ୍କୁ କହିବେ କି ? ମହଙ୍ଗାଇ ମୁକ୍ତ ଭାରତ ଅଭିଯାନର ଜନଗଣ ସାମିଲ ହେବାକୁ କଂଗ୍ରେସର ଡାକରା

ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି ଦେଇଛି । ଦରଦଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ ଏବଂ ତଳି ତଳାନ୍ତ କରିଦେଇଛି । ଲୋକଙ୍କ ଭିତରେ ତ୍ରାହି ତ୍ରାହି ଚିତ୍କାର । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଉଦ୍‌ବେଗ ଜନକ ଭାବରେ ବଢ଼ି ଚାଲିଛି । ଗତ ୧୩ ଦିନ ଭିତରେ ୧୨ ଥର ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି । ଆଜି ଭୁବନେଶ୍ୱର ପେଟ୍ରୋଲ ର ଦାମ ଟ. ୧୧୧.୫୩ ଡିଜେଲ ୧୦୧.୨୯ ଏବଂ ଗ୍ୟାସର ଦାସ ୯୭୬ ଟଙ୍କାରେ ପଂହଚିଛି । ଏହାର ପ୍ରଭାବରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ପ୍ରବଳ ମାତ୍ରାରେ ବଢ଼ିଛି, ଯାହାକି ସାଧାରଣ ଜନଜୀବନକୁ ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ।

କେନ୍ଦ୍ରର ୟୁପିଏ ସରକାର ସମୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ସାମାନ୍ୟ ବୃଦ୍ଧି ବେଳେ ସ୍ମୃତି ଇରାନୀ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂକୁ ଚୁଡ଼ି ପିନ୍ଧାଇବା ପାଇଁ ନାରା ଦେଇଥିଲେ । ଏବେ କୁଆଡ଼େ ଗଲେ ସ୍ମୃତି ଇରାନୀ ଏବଂ ବିଜେପିର ଅନ୍ୟ ନେତାମାନେ ? ବାବା ରାମଦେବ ସେତେବେଳେ ମୋଦି ସରକାର ଆସିଲେ ୪୦ ଟଙ୍କାର ପେଟ୍ରୋଲ ମିଳିବ ବୋଲି କହିଥିଲେ । ଏବେ କୁଆଡ଼େ ଗଲେ ସେହି ରାମଦେବ ଏବଂ ତାଙ୍କର ଚେଲାମାନେ? କଂଗ୍ରେସ ସରକାର ସମୟରେ ୨୦୧୨-୨୦୧୪ ସମୟ କାଳ ଭିତରେ ଅଶୌଧିତ ତୈଳ ଦର ଥିଲା ବ୍ୟାରେଲ ପିଛା ୧୦୮ ରୁ ୧୪୦ ଡଲାର । ସେତେବେଳେ ପେଟ୍ରୋଲ ଦାମ ଥିଲା ୭୧ ଟଙ୍କା ୪୧ ପଇସା ଓ ଡିଜେଲର ଦାମଥିଲା ୫୫ ଟଙ୍କା ୪୯ ପଇସା ।

ମାତ୍ର ଏବେ ୨୦୨୨ର ବିଜେପି ସରକାର ସମୟରେ ଅଶୌଧିତ ତୈଳର ଦାମ ହେଉଛି ୧୦୮ ଡଳାର । ମାତ ପେଟ୍ରୋଲ ଡିଜେଲର ଦାମ ଶହେ ପାର କାହିଁକି? ବିଜେପି ସରକାର ପାଖରେ ଏହାର ଉତର ଅଛିକି? ୨୦୧୪ରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ପରିମାଣ ଲିଟର ପିଛା ଯଥାକ୍ରମେ ଟ. ୯.୨୦ ଓ ଟ. ୩.୪୬ ଥିଲା । ମାତ୍ର ବର୍ତମାନ ତାହା ଯଥାକ୍ରମେ ୨୦୩ ଓ ୫୩୧ ଶତାଂଶ ବୃଦ୍ଧି ପାଇଛି । ୨୦୧୪ ରୁ ୨୦୨୨ ଭିତରେ ବିଜେପି ସରକାର ଦେଶବାସୀଙ୍କ ପକେଟ କାଟି ଓ ସେମାନଙ୍କୁ ଲୁଟ କରି ରାଜକୋଷକୁ ଭର୍ତି କରିବାରେ ଲାଗିଛନ୍ତି । ଏହି ସମୟ ଭିତରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି କରି ଲୋକଙ୍କ ଠାରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟ କରିଛନ୍ତି ।

ଏହା ପ୍ରଧାନମନ୍ତ୍ରୀ ଜନଧନ ଲୁଟ ଯୋଜନା ବୋଲି ଆଜି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କରୋନା ସମୟରେ ଯେତେବେଳେ ଦେଶବାସୀ ଚରମ ହା ହୁତାଶ ଭିତରେ ଗତି କରୁଛନ୍ତି, ସେତେବେଳେ ଗତ ୨ ବର୍ଷରେ ବିଜେପି ସରକାର ପେଟ୍ରୋଲ ଦାମକୁ ୨୯ ଟଙ୍କା ଓ ଡିଜେଲ ଦାମକୁ ୨୭ ଟଙ୍କା ବୃଦ୍ଧି କରିଛନ୍ତି । ଏହା ବିଜେପି ସରକାରର ଦେଶବାସୀଙ୍କ ପ୍ରତି କ୍ରୁର ଉପହାସ ବୋଲି ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ସମୟରେ କାହିଁକି ପେଟ୍ରୋଲ ଡିଜେଲ ଦର କମ ରହୁଥିଲା..? କଂଗ୍ରେସ ସରକାର ସମୟରେ ୨୦୧୧-୧୨ ଠାରୁ ୨୦୧୩-୧୪ ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ୧.୫୦ ଲକ୍ଷ କୋଟି ଟଙ୍କା ସବସିଡି ଦଆଯାଉଥିଲା ।

ଫଳରେ ସମାଜର ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ଶ୍ରେଣୀ କମ ଦରରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପାଇ ପାରୁଥିଲେ । ଏହି ସବସିଡିର ପରିମାଣ ୨୦୧୧-୧୨ ରେ ୧.୪୨ ଲକ୍ଷ କୋଟି ୨୦୧୨-୧୩ ରେ ୧.୬୪ ଲକ୍ଷ କୋଟି ଓ ୧୩.୧୪ ରେ ୧.୪୨ କୋଟି ଟଙ୍କା ଥିଲା । ମାତ୍ର ବର୍ତମାନର ବିଜେପି ସରକାର ସମୟରେ ଏହି ସବସିଡି ପରିମାଣ ୨୦୧୬- ୧୭ ରେ ୨୭ ହଜାର କୋଟି, ୨୦୧୭-୧୮ ରେ ୨୮ ହଜାର କୋଟି । ୨୦୧୮-୧୯ ରେ ୪୩ ହଜାର କୋଟି, ୨୦୧୯-୨୦ ରେ ୨୬ ହଜାର କୋଟି ଓ ୨୦-୨୧ ରେ ମାତ ୧୧ ହଜାର କୋଟିରେ ସୀମାବଦ୍ଧ ହୋଇଯାଇଛି । ଫଳରେ ପେଟ୍ରୋଲ ଡିଜେଲର ଦାମ ଏହି ପରି ଆକାଶଛୁଆଁ ହୋଇଛି । ରନ୍ଧନ ଗ୍ୟାସର ମୂଲ୍ୟ ୨୦୧୪ ରେ କଂଗ୍ରେସ ସରକାର ସମୟରେ ୪୧୦ ଟଙ୍କା ଥିଲା । ଏବେ ୯୭୬ ଟଙ୍କା ବା ୧୦୦୦ ଟଙ୍କାରେ ପଂହଚିଲାଣି ।

୨୦୧୪ ତୁଳନାରେ ଏହା ୫୩୯.୫୦ ଟଙ୍କା ବୃଦ୍ଧି ପାଇଛି । ୨୦୧୨-୧୩ ରେ ଅଶୌଧିତ ଗ୍ୟାସର ଦାମ ପ୍ରତି ମେଟ୍ରିକ୍ ଟନ ପିଛା ଥିଲା ୮୮୫ ଡଲାର । ୨୦୧୪ ଏହା ଥିଲା ୮୮୦ ଡଲାର । ମାତ୍ର ୨୦୨୨ ରେ ଏହାର ଦାମ କମି ପ୍ରତି ମେଟ୍ରିକ୍‌ଟନ ପିଛା ୭୬୯ ଡଲାରରେ ପଂହଚିଛି । ମାତ୍ର ଯେତେେବେଳ ୪୧୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଗ୍ୟାସ ଏବେ ୧୦୦୦ ଟଙ୍କା ରେ ପହଂଚିଛି । କେନ୍ଦ୍ର ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବସିଡି ବଢ଼ାଇବା ସହିତ ଟ୍ୟାକ୍ସ କମାଇବା ପାଇଁ କଂଗ୍ରେସ ଦୃଢ଼ ଦାବୀ କରୁଛି । ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ତାଙ୍କା ଭାଟ କମାଇବାକୁ ମଧ୍ୟ କଂଗ୍ରେସ ପ୍ରସ୍ତାବ ଦେଉଛି । ତାହା ନହେଲେ ସାଧାରଣ ଜନତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

ସଂପ୍ରତି ଦରଦାମ ବୃଦ୍ଧି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଧନ ଲୁଟରେ ଆଜି ସମଗ୍ର ଦେଶବାସୀ ଏକ ଘୋର ଆତଙ୍କ ଭିତରକୁ ଠେଲି ହୋଇଯାଇଛନ୍ତି । ଏଥିରୁ ଦେଶବାସୀଙ୍କୁ ମୁକ୍ତି ଦେବାପାଇଁ କଂଗ୍ରେସ ଦେଶତମାମ “ମହଙ୍ଗାଇ ମୁକ୍ତ ଭାରତ” ଅଭିଯାନର ଡାକରା ଦେଇଛି । ଗତ ମାର୍ଚ୍ଚ ୩୧ ତାରିଖରୁ ଦେଶତମାମ ଏହି ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ଏ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ଏହାକୁ ସଫଳ କରିବାପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଓ ଅମିୟ ପାଣ୍ଡବ ନିବେଦନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version