No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ରବିବାର ) ନୟାଗଡ଼ :- ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର ରାବରା ଗ୍ରାମର ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଓ ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ସ୍ୱାଇଁକୁ “ସ୍ୱାତୀଲଗ୍ନା କଳା ସମ୍ମାନ 2022” ରେ ସମ୍ମାନିତ କରାଯାଇଛି , ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଏକକ ଅଭିନୟ କ୍ଷେତ୍ରରେଜଣେ ଅନନ୍ୟ ଅଗ୍ରଦୂତ । ଆନ୍ଧ୍ର,ଓଡ଼ିଶା ତଥା ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟମାନଙ୍କରେ ଏକକ ଅଭିନୟ କରି ସେ ଅନେକ ସୁଖ୍ୟାତି ଅର୍ଜ୍ଜନ କରି ପାରିଅଛନ୍ତି ।
ସମୟ ଶ୍ରୋତରେ ହଜିଯାଉଥିବା ବିଲୁପ୍ତପ୍ରାୟ “ଏକକ ଅଭିନୟ”କୁ ସେ ନିଜ ଅଧ୍ୟବସାୟ ବଳରେ ଉଜ୍ଜୀବିତ କରି ଆଜିପର୍ଯ୍ୟନ୍ତ ବଞ୍ଚେଇ ରଖି ଆସିଥିବାରୁ ଶ୍ରୀ ଚୌଧୁରୀ ମହୋଦୟଙ୍କୁ ଚଳିତ ବର୍ଷ ପାଇଁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି ସେହିପରିହେ ଅନନ୍ୟ ପ୍ରତିଭୂ ସଂଗ୍ରାମ କେଶରୀ ସ୍ୱାଇଁ ! ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କରି କୈଶୋର ଜୀବନରୁ ଲୁକ୍କାୟିତ ବିରଳ ପ୍ରତିଭା ଲୋକଲୋଚନରେ ମହକି ଉଠିଛି ।
ଲୋକବାଦ୍ୟ “ଠାକରା”ର ପୁନଃ ପ୍ରୟୋଗ କରି ନିଜ ପାରଦର୍ଶିତା ପ୍ରଦର୍ଶନ କରିବା ସହିତ ବାଦ୍ୟ ଜଗତ ପ୍ରତି ଉତ୍ତର ପିଢ଼ି ପାଇଁ ସେ ଏକ ନୂତନ ଆହ୍ୱାନ ସୃଷ୍ଟି କରିପାରିଛନ୍ତି । ତେଣୁ ସ୍ଵାତୀଲଗ୍ନା ଇ ପତ୍ରିକା ଚଳିତ ବର୍ଷ ପାଇଁ ସଂଗ୍ରାମଙ୍କୁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ
ସମ୍ମାନୀତ କରିଛି | ଓଡ଼ିଶାର ପ୍ରାଚୀନ କଳାକୁ ଉଜିବିତ କରି ରଖିଥିବାରୁ ଉଭୟଙ୍କୁ “ସ୍ୱାତୀଲଗ୍ନା କଳା” ସମ୍ମାନରେ ସମ୍ମାନିତ କରି ତାଙ୍କରି ମୁହଁରେ ହସ ଫୁଟେଇବାର ଛୋଟ ପ୍ରୟାସ କାରିଛି ବୋଲି ସ୍ୱାତୀଲଗ୍ନାର ପ୍ରତିଷ୍ଠାତା ଓ ମୁଖ୍ୟ ସୁଶାନ୍ତ କୁମାର ପାତ୍ର ମତ ରଖିଛନ୍ତି | ସୁଦୂର ଓମାନରେ ଥାଇ ସୁଶାନ୍ତ କୁମାର ପାତ୍ର ଏହିଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଭିଏଁ ପାତ୍ର ମହୋଦୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି |

No Result
View All Result