ବ୍ଯଙ୍ଗକବି ଡ. ଧର୍ମଛଡା ସମ୍ବର୍ଦ୍ଧିତ : “କେନ୍ଦ୍ରାପଡ଼ା ସେବାସମିତି”

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) କେନ୍ଦ୍ରାପଡ଼ା :- ଜିଲ୍ଲା କେନ୍ଦ୍ରାପଡ଼ା ଅନ୍ତର୍ଗତ ବାଲିଆ ମେଲଣ ପଡ଼ିଆ ଠାରେ “କେନ୍ଦ୍ରାପଡ଼ା ସେବାସମିତି” ଆନୁକୂଲ୍ୟରେ ଆୟୋଜିତ ” ଷଷ୍ଠ ଫଗୁଣ ମହୋତ୍ସବ-୨୦୨୨”ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୀଳଶୈଳ ଓ ବିଶ୍ବ ଓଡ଼ିଆ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ଓଡ଼ିଶାର ପ୍ରତିଷ୍ଠିତ ବ୍ଯଙ୍ଗକବି ଡ. ଧର୍ମଛଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ବାସ୍ତୁବିତ ଡକ୍ଟର ମନୋଜ ଲେଙ୍କା ଡ. ଧର୍ମଛଡାଙ୍କୁ ପୁଷ୍ପଗୁଛ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିକାଶ ପରିଷଦର ସଭାପତି ଡାକ୍ତର ମଧୁସୂଦନ ମିଶ୍ର , ଭାଗବତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟାଙ୍କା ପ୍ରିୟଦର୍ଶିନୀ ନାୟକ , ଯୁବ ସାମ୍ବାଦିକ ଶିବାଶିଷ ମହାନ୍ତି ଅନୁଷ୍ଠାନର ସଭାପତି ମନୋଜ କୁମାର ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।