ଆତ୍ମହତ୍ୟା କୁ ମର୍ଡର କେସ ର ରୂପ ଦେଲେ କିଛି ଦୁର୍ବୁତ୍ତ – ରାଜ ଜଙ୍କିଆ

ଓଡ଼ିଶା ତାଜା ନ୍ୟୁଜ୍ (୩ମାର୍ଚ୍ଚ ଗୁରୁବାର) ଚାନ୍ଦପୁର :- ଗତ କିଛି ଦିନ ତଳେ ରାଜ ଜଙ୍କିଆ ଗ୍ରାମରୁ ମିଳିଥିବା ଯୁବକ ଙ୍କ ମୃତଦେହ କୁ ନେଇ ରାଜନୀତି ହିଂସା ଓ ମର୍ଡର କେସ ବୋଲି ଅଭିଯୋଗ ର ପର୍ଦାଫାସ କରିଛି ଚାନ୍ଦପୁର ପୋଲିସ । ଏହି ଘଟଣା କୁ ବିଭିନ୍ନ ରୂପ ଦେଇ ବିଚଳିତ କରୁଥିବା ଅଭିଯୋଗକାରୀ ଙ୍କୁ ପୋଲିସ ଗିରଫ କରିଛି ତେବେ ଉକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଫରେନ୍ସି ଟେଷ୍ଟ ରିପୋର୍ଟ ରୁ ସ୍ପଷ୍ଟ ହୋଇଛି । ମିଛ ରେ ମର୍ଡର କେସ ବୋଲି ଟାହି ଟାପରା କରି ରାଜ ଜଙ୍କିଆ ରେ ହଇ ଚଇ ମଚାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ୪ ଅଭିଯୁକ୍ତ ଙ୍କୁ ଗିରଫ କଲେ ଚାନ୍ଦପୁର ପୋଲିସ ।

୪ ଜଣ ଙ୍କ ଗିରଫ କୁ ଦେଖି ଅନ୍ୟ ମାଫିଆ ମାନେ ଫେରାର ଥିବା ଜଣା ଯାଇଛି । ତେବେ ଏଠାରେ ଆତ୍ମହତ୍ୟା କୁ ମର୍ଡର କେସ ର ରୂପ ଦେଇ ଖଣି ମାଫିଆ ମାନେ ଚଳାଇଥିବା ମାଷ୍ଟର ପ୍ଲାନ କୁ ଭଣ୍ଡୁର କଲା ଚାନ୍ଦପୁର ପୋଲିସ । ଶୁକ୍ରବାର ଦିନ ପୋଲିସ ରାଜଜଙ୍କିଆ ରେ ଆତଙ୍କ ଖେଲାଇ ଥିବା ୪ ଟି ମାଫିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।