• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସତସଂଗ ତରଫରୁ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ର

Proprietor Abhimanyu Maharana by Proprietor Abhimanyu Maharana
March 5, 2022
in ଓଡ଼ିଶା, କଟକ, ପୁରୀ, ମହାନଗର, ହୋମ୍
0
ସତସଂଗ ତରଫରୁ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ର
Share on FacebookShare on TwitterWhatsapp

କ୍ୱଲାଲମ୍‍ପୁର / ସିଙ୍ଗାପୁର / ସିଡ୍‍ନୀ / ସିଓଲ୍‍ / ମାଙ୍ଗାଲୋର / ନୂଆଦିଲ୍ଲୀ / ଭୁବନେଶ୍ୱର / କଟକ :- ସମଗ୍ର ବିଶ୍ୱ ମହାମାରୀ ଓ ଯୁଦ୍ଧର ବିଭିଷୀକା ଦ୍ୱାରା ବିଷାଦ ଗ୍ରସ୍ତ ହୋଇଥିବା ସମୟରେ ସତସଂଗ ଏହାର ପାଞ୍ଚ କୋଟି ଭକ୍ତଙ୍କ ପାଇଁ ରକ୍ଷା କବଚ ସାଜି ସେମାନଙ୍କୁ ଭଗବତ ଭାବ ଏବଂ ପୁରୁଷୋତ୍ତମ ପ୍ରେମରେ ଉଦ୍‍ବୃଦ୍ଧ କରିଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଟିମ୍‍ ବୟାଳିସ ମୌଜା, ଚାନ୍ଦୋଳ, କଟକ (ବି.ସି.ସି) ତରଫରୁ ଆୟୋଜିତ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ରରେ ସାମ୍ପ୍ରତିକ ସଂକଟରୁ ଉଦ୍ଧାର ପାଇବା ପାଇଁ ଜନସାଧାରଣ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସତ୍ୟ, ଶାନ୍ତି, ଶ୍ରଦ୍ଧାର ପଥକୁ ଅନୁସରଣ କରିବା ନେଇ ଚର୍ଚ୍ଚା କରାଯାଇଥିଲା ।

‘ମହାମାରୀ ଓ ଯୁଦ୍ଧରୁ ମାନବସମାଜକୁ ରକ୍ଷା କରିବା ପାଇଁ ଆଚାର୍ଯ୍ୟ ଦେବଙ୍କର ଉପଦେଶ’ ଶୀର୍ଷକ ଏହି ଭର୍ଚ୍ଚୁଆଲ୍‍ ବିଚାର ଗୋଷ୍ଠୀରେ ସମଗ୍ର ପୃଥିବୀର ବିଭିନ୍ନ ରାଷ୍ଟ୍ରର ସହସ୍ରାଧୀକ ସତ୍‍ସଂଗୀ, ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଏବଂ ଦେଶ ବିଦେଶରୁ ପ୍ରବାସୀ ଓଡ଼ିଆ ନେତୃବର୍ଗମାନେ ସାମିଲ ହୋଇଥିବା ଦେଖାଯାଇଥିଲା ।

ଏହି ସତ୍‍ସଂଗରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସାଧାରଣ ମିଣଷ, ଠାକୁରଙ୍କ ନିକଟରେ ନିସ୍କାମ ଭାବନାର ସହିତ ନିଜର ତନ, ମନ, ଧ୍ୟାନକୁ ଏକ କରି ସମ୍ପୂର୍ଣ୍ଣ ଭାବରେ ଆତ୍ମ ସମର୍ପଣ କଲେ ଚିରନ୍ତନ ଶାନ୍ତି, ସ୍ୱର୍ଗସୁଖ, ଐଶ୍ୱରିକ ଆନନ୍ଦ, ସ୍ରଷ୍ଟାଙ୍କର ସାନ୍ନିଧ୍ୟ ଲାଭ କରେ ଏବଂ ପରିଶେଷରେ ମୋକ୍ଷ ପ୍ରାପ୍ତି କରେ ବୋଲି କହିଥିଲେ । ସତ୍‍ସଂଗୀମାନେ ମହାମାରୀ ଓ ଯୁଦ୍ଧର ଭୟାବହତାରେ ବ୍ୟସ୍ତ, ବିବ୍ରତ ବା ବିଚଳିତ ନ ହୋଇ ସେମାନଙ୍କର ସାକାରାତ୍ମକ ଚିନ୍ତାଧାରା, ସମାଜସେବା ମନୋଭାବ ଏବଂ ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ଜାରି ରଖିବାକୁ ଶ୍ରୀ ଦ୍ୱିବେଦୀ ପରାମର୍ଶ ଦେଇଥିଲେ ।

୨୦୨୦ ମସିହା ମେ ୩ ତାରିଖରୁ ଆରମ୍ଭ ହୋଇ ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ଏହି ଗ୍ଲୋବାଲ ୱେବିନାର-ସତ୍‍ସଂଗ ୬୫୭ ଦିବସରେ ପଦାର୍ପଣ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀ ଦ୍ୱିବେଦୀ ମୁଖ୍ୟ ଆୟୋଜକ ସହ ପ୍ରତି ରିତ୍ୱିକ  ସଞ୍ଜୀବ କୁମାର ନାୟକ ଏବଂ ତାଙ୍କର ଟିମ୍‍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଘାନା ଠାରେ ଅବସ୍ଥାପିତ ଏମ୍‍.ଏନ୍‍.ସିର ନିର୍ଦ୍ଦେଶକ ସହ ପ୍ରତିରିତ୍ୱିକ ଦୀପକ କୁମାର ଦାସ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜୀବନ ଦର୍ଶନର ଆଧ୍ୟାତ୍ମିକତା ଏବଂ ଅଲୌକିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ନୂଆଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ଓଡ଼ିଶା ଭବନର ପୂର୍ବତନ ସହ ରେସିଡେଣ୍ଟ କମିଶନର ଓ ସହପ୍ରତିରିତ୍ୱିକ କୃପାନିଧି ବିଶ୍ୱାଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏବଂ ଆଚାର୍ଯ୍ୟ ଦେବଙ୍କର ଦିଶାନିର୍ଦ୍ଦେଶକୁ ଅନୁକରଣ କରି ପ୍ରତ୍ୟେକ ଘରେ ଇଷ୍ଟଦେବଙ୍କୁ ସ୍ଥାପନା କରିବା ଓ ଅନୁଶାସନକୁ ପାଳନ କରିବା ପାଇଁ ନିବେଦନ ଜଣାଇଥିଲେ ।

ନରସିଂହପୁରସ୍ଥିତ ସତ୍‍ସଂଗ ବିହାରର ମୁଖ୍ୟ ଓ ସହପ୍ରତିରିତ୍ୱିକ ପ୍ରଫେସର ବିଜୟ କୁମାର ପରିଡ଼ା, ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବ ସଭ୍ୟତା ପାଇଁ ଶ୍ରୀଶ୍ରୀ ଠାକୁରଙ୍କର ପ୍ରଦର୍ଶିତ ଦୟା ଓ କରୁଣା ଆଚରଣ ମାର୍ଗର ପ୍ରାସଙ୍ଗିକତା ବହୁଗୁଣରେ ବଢ଼ିଯାଇଥିବା, ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସମଗ୍ର ଅଧୀବେଶନକୁ ସଞ୍ଜୀବ କୁମାର ନାୟକ ଖୁବ୍‍ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନା, ସଂଯୋଜନା ଓ ପରିଚାଳନା କରିଥିଲେ । ଡିଜିଟାଲ କକ୍ଷକୁ ସୌଭାଗ୍ୟ କୁମାର ନାୟକ ଓ ନନ୍ଦନ ଦ୍ୱିବେଦୀ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଳେ । ଆକାଂକ୍ଷା ମହାନ୍ତି ଓ ଗୀତାଞ୍ଜଳି ବାରିକ ବୈଷୟିକ ସହାୟତା ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ନୂଆଦିଲ୍ଲୀରୁ ସରୋଜ କୁମାର ମହାନ୍ତି, ସନ୍ଦୀପ ମହାନ୍ତି, ଭୁବନେଶ୍ୱରରୁ ସୁଶ୍ରୀ ମନ୍ଦାକିନୀ ଶ୍ରେୟା ଉଚ୍ଚକୋଟୀର ଭଜନ ଜଣାଣ ଗାନ କରିଥିବାବେଳେ ମାଲେସିଆର ଜ୍ଞାନଦୂତି ପାତ୍ର, ସିଡ୍‍ନୀରୁ ଶ୍ୟାମସୁନ୍ଦର ବାରିକ ଓ ସିଙ୍ଗାପୁରରୁ ଇଂ. ଗୋଲଖନାଥ ମିଶ୍ରଙ୍କର ଗୁରୁବନ୍ଦନା ପରିବେଷଣ ଏବଂ ସଦ୍‍ଗ୍ରନ୍ଥ ପାଠ ବେଶ୍‍ ମର୍ମସ୍ପର୍ଶୀ ଥିଲା । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ମାଙ୍ଗାଲୋରରୁ ପ୍ରଫେସର ବବିତା ପାଣିଗ୍ରାହୀ, ବରିଷ୍ଠ ପ୍ରଶାସକ ଡଃ ସୁରେଶ ଚନ୍ଦ୍ର ଦଳାଇ, ଡଃ ଅଶୋକ କୁମାର ତ୍ରିପାଠୀ, ଡଃ କାହ୍ନୁଚରଣ ଦାସ, ଡଃ ବିଜୟ କେତନ ପଟ୍ଟନାୟକ, ଡଃ ନଗେନ୍ଦ୍ରନାଥ ସ୍ୱାଇଁ, ରବିନାରାୟଣ ମହାପାତ୍ର, କାମଦେବ ଦାସ, ପାରେଶ୍ୱର ଜେନା ଓ ଯୁଧୀଷ୍ଠିର ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।    ( କିଶୋର ଦ୍ବିବେଦୀ ଙ୍କ ଠାରୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version