ଓଡ଼ିଶା ତାଜା ନ୍ୟୁଜ୍ (୦୨ ମାର୍ଚ୍ଚ ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ । ଓଡ଼ଗାଁ ବ୍ଲକ୍ରେ ଅଧିକାଂଶ ବିଜେଡି ସମର୍ଥିତ ପ୍ରାର୍ଥୀ ଓ ବିଜେଡିର ତୃଣମୂଳସ୍ତରର ନେତାଙ୍କ ସମ୍ପର୍କୀୟ ନିର୍ବାଚନ ଜିତିଛନ୍ତି । ଏହି ଦୃଷ୍ଟିରୁ ପରବର୍ତ୍ତୀ ଅଧ୍ୟକ୍ଷ ବିଜେଡିରୁ ହିଁ ହେବ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବ୍ଲକ୍ ଅଧ୍ୟକ୍ଷ ଦୈୖାଡ଼ରେ ଦୁଇଜଣ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେବ । ଜଣେ ବିଜେଡ଼ିର ହେଭିେୱେଟ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ଆଶାୟୀ ଥିବା ବେଳେ ଆଉ ଜଣେ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ୟାସୀ ପ୍ରଧାନ ଅଧ୍ୟକ୍ଷ ଦୈୖାଡ଼ରେ ଅଛନ୍ତି ।

ଲୋକନାଥ ସାହୁ ୨ନଂ ଜୋନରେ କୋରପିଠା ପଂଚାୟତରୁ ମଧୁସୂଦନ ସିଂଙ୍କୁ ୯୪୧ ଖଣ୍ତ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ସେହିପରି ସନ୍ୟାସୀ ପ୍ରଧାନ ଶିଖରପୁର ପଂଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନାରାୟଣ ପ୍ରଧାନଙ୍କୁ ୧୬୪୫ଖଣ୍ତ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ତଳୀର ୧୮ଗୋଟି ପଂଚାୟତ ଓଡ଼ଗାଁ ବ୍ଲକରେ ଥିବା ବେଳେ ଆଉ ବାକି ୧୮ଟି ପଂଚାୟତ ରଣପୁର ନିର୍ବାଚନ ମଣ୍ତଳୀ ଓଡ଼ଗାଁ ବ୍ଲକରେ ରହିଛି । ତେବେ ଓଡ଼ଗାଁ ବ୍ଲକର ମୋଟ ୩୬ଗୋଟି ପଂଚାୟତର ସମିତିସଭ୍ୟ ମାନେ ବ୍ଲକ୍ ଅଧ୍ୟକ୍ଷ ପଦ ବାଛିବେ ।

ରଣପୁର ନିର୍ବାଚନ ମଣ୍ତଳୀର ୧୮ଟି ପଂଚାୟତ ସନ୍ୟାସୀ ପ୍ରଧାନଙ୍କ କବଜାରେ ଥିବାବେଳେ ନୟାଗଡ଼ ନିର୍ବାଚନ ମଣ୍ତଳୀର ବାକି ୧୮ଟି ପଂଚାୟତ ଲୋକନାଥ ସାହୁଙ୍କ କବଳରେ ରହିଛି । ତେବେ କିଏ ଏହି ଅଧ୍ୟକ୍ଷ ପଦରେ ରହିବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ସନ୍ୟାସୀ ପ୍ରଧାନ ବିଜେପି ଦଳର ହୋଇଥିବା ବେଳେ ଲୋକନାଥ ସାହୁ ବିଜେଡ଼ି ଦଳର ବୋଲି ଜଣାପଡିଛି । ସନ୍ୟାସୀ ନିଜେ ମଇଦାନକୁ ଓହ୍ଲାଇ ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ଯୋଜନା କରିଥିବା ବେଳେ ଲୋକନାଥ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପଛରେ ଅଛନ୍ତି ।

ସବୁଠାରୁ ବଡ଼କଥା ହେଉଛି ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ଶୁଣିବାକୁ ମିଳୁଛି । ଚଳିତ ନିର୍ବାଚନରେ ବିଜେଡ଼ି ୩ନଂ ଓ ୪ନଂ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ନେଇଥିବା ବେଳେ ବିଜେଡ଼ି ଦଳ ଅଧ୍ୟକ୍ଷ ପଦ ହାତେଇବ ବୋଲି ଚର୍ଚ୍ଚା ହେଉଛି । ତେବେ ଯିଏ ଯେତେ ସମିତିସଭ୍ୟ ହାତେଇବ ତାର ଭାଗ୍ୟ ଖୋଲିବ ନଚେତ୍ ସବୁ ଫଶର ଫାଟିବ ବୋଲି ଆଲୋଚନା ହେଉଛି ।