ଓଡ଼ିଶା ତାଜା ନ୍ୟୁଜ୍ (୨୭ ଫେବ୍ରୁଆରୀ ରବିବାର) ଭୁବନେଶ୍ୱର :- ରଣପୁର , ଗତ କାଲି ରଣପୁର ୨୧ ନମ୍ବର ଜୋନରେ ସରିଛି ଭୋଟ ଗଣତି । ଗତ କାଲି ସକାଳ ୯ ଟାରୁ ରାତି ୩.୩୦ ଟା ପର୍ଯ୍ୟନ୍ତ ଚାଲିଥିଲା ଭୋଟ ଗଣତି । ରଣପୁର ଜୋନରେ ଉଡିଲା ବିଜେଡି ର ବିଜୟ ବାନା ….

ଚଳିତ ବର୍ଷ ବିଜେଡି ର ତୁଙ୍ଗ ନେତା କିଶୋର ପଟ୍ଟନାୟକଙ୍କ ଧର୍ମ ପତ୍ନୀ ରଜନୀରାଣୀ ପଟ୍ଟନାୟକ ବିଜେପି ପ୍ରାର୍ଥୀନୀ ଙ୍କୁ ୨,୯୦୭ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ବିଗତ ବର୍ଷରେ ରଣପୁର ଜୋନ ର ଜିଲ୍ଲା ପରିଷଦ ଆସନ ବିଜେଡି ହାତକୁ ଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଜିଲ୍ଲା ପରିଷଦ ଆସନ ବିଜେଡି ହାତକୁ ଯାଇଥିବା ଜଣାପଡିଛି । ବିଜେଡି ର ବହୁଳ ସମର୍ଥକ ଓ
ବିଜେଡି ପ୍ରାର୍ଥୀନୀ ଙ୍କ ଉପରେ ଲୋକଙ୍କର ଆଶା ଭରସା ରହିବା ସଙ୍ଗେ ସଙ୍ଗେ ବିଜେଡି ର ବରିଷ୍ଠ କର୍ମୀଙ୍କର ନେତୃତ୍ୱରେ ଏହି ପଞ୍ଚାୟତରାଜ ନିର୍ବାଚନ ରେ ବିଜୟ ହୋଇ ପାରିଛନ୍ତି ବୋଲି ରାଜନିରାଣୀ ଧନ୍ୟବାଦ ଓ ଜନତା ଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ।


















