• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସବୁଠି ଗୋଟିଏ ଚର୍ଚ୍ଚା : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିଏ ଜିତିବ ଆଉ କିଏ ହାରିବ ; ଚାଲିଛି ଗାଁ ଗାଁ ରେ ଅଙ୍କ କଷା

Proprietor Abhimanyu Maharana by Proprietor Abhimanyu Maharana
February 26, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ସବୁଠି ଗୋଟିଏ ଚର୍ଚ୍ଚା : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିଏ ଜିତିବ ଆଉ କିଏ ହାରିବ ; ଚାଲିଛି ଗାଁ ଗାଁ ରେ ଅଙ୍କ କଷା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : – ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଓଡ଼ଗାଁ , ରଣପୁର ୨ଟି ବ୍ଲକ୍ । ଓଡ଼ଗାଁ ବ୍ଲକ୍ ରେ ୧୭ ଟି ପଞ୍ଚାୟତ ଓ ରଣପୁର ବ୍ଲକ୍ ରେ ୩୭ଟି ପଞ୍ଚାୟତ ତେବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ସର୍ବମୋଟ ୫୪ଟି ପଞ୍ଚାୟତ । ସରିଛି  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ । ଡବା ଭିତରେ ଏବେ ନେତା ଙ୍କ ଭାଗ୍ୟରେଖା .. ଦେଖାଯାଉ ଡବାରୁ କିଏ  କିଏ ବାହାରିବେ  ? ଏହାକୁ ନେଇ ତ୍ରି ଦଳୀୟ କର୍ମୀଙ୍କ ମନରେ ଦ୍ଵନ୍ଦ ଉପୁଜିଛି ।  ସବୁଠି ରାଜନୈତିକ ଉଷ୍ମତା ଅସ୍ଥିର ଥିବା ବେଳେ ସରିଛି ନିର୍ବାଚନୀ ଲଢ଼େଇ , ହାରିବା ଜିତିବା କୁ ନେଇ ଲାଗିଛି ଛକାପଞ୍ଝା … ଅନ୍ୟପଟେ  ୫୪ ଟି ପଞ୍ଚାୟତ ରେ କେଉଁ ଦଳର ପଲ୍ଲା କେତେ ଭାରି ଏ ନେଇ   ତୁଙ୍ଗ ରାଜନେତା ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ହୋଇଛି । ରଣପୁରବ୍ଲକ ର ୬ ଟି ଜିଲ୍ଲା ପରିଷଦଙ୍କୁ  ନେଇ ସାଧାରଣ ରେ ଚର୍ଚ୍ଚା ଜୋର ହେଉଥିବା  ଦେଖା ଦେଇଛି । ତିନି ଦଳ ର ତୁଙ୍ଗ ନେତା ଓ ବିଜେଡି ବିଧାୟକ ଙ୍କ ଆଖିରେ ଆଉ ନିଦ ନାହିଁ , ଚାଲିଛି ଏବେ ଗଣିତ କଷା …  

ଗ୍ରାମ ପଞ୍ଚାୟତ ଗୁଡିକରେ ସମିତିସଭ୍ୟ , ସରପଞ୍ଚ , ୱାର୍ଡମେମ୍ବର ଙ୍କୁ ନେଇ ଏକ ପ୍ରକାର ଘୋ ଉଠିଥିବା ବେଳେ ଚାନ୍ଦପୁର , ଗୋପାଳପୁର, ରଣପୁର ,ସୁନାଖଳା,ଗୋଡିପଡା, ଶରଣକୁଳ ଜୋନ ଗୁଡ଼ିକର ଜିଲ୍ଲାପରିଷଦ ପଦ ପଦବୀ କୁ ନେଇ ତିନି ଦଳରେ ଜୋରସୋର ଭାବେ ଚାଲିଛି ଅଙ୍କ କଷା । ଚାନ୍ଦପୁର ,ରଣପୁର ,ଶରଣକୁଳ ଜୋନ ରେ ବିଜେଡି ର ରାସ୍ତା ସଫା ଥିବା ବେଳେ ସୁନାଖଳା , ଗୋଡିପଡା , ଗୋପାଳପୁର ଜୋନ ରେ ବିଜେଡି ର ଦ୍ଵନ୍ଦ ଥିବା ଭଳି ଅନୁଭବ ହୋଇଛି । ସୂଚନା ପୂର୍ବକ  ଏହି ତିନୋଟି ଜୋନ ର ଭୋଟ ଗଣତି ପୂର୍ବରୁ ବାହାରିଲାଣି ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ମୁଣ୍ଡ ବିନ୍ଧା …. ଉକ୍ତ ତିନୋଟି ଜୋନ ରେ ବହୁଳ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା ଏବଂ ନିର୍ବାଚନ ପରେ ମଧ୍ୟ ଏହାର ଛକାପଞ୍ଝା ଦ୍ଵି ଗୁଣ ଥିବା ଦେଖିବାକୁ ମିଳୁଛି । 

ଗୋପାଳପୁର ୨୩ ନଂ ଜୋନ ରେ ବିଜେଡି ର ନର୍ମଦା ରାୟ ଙ୍କ ସହିତ  ବିଜେପି ର ଯୁବ ସଙ୍ଗଠକ ଅଭିଷେକ ସାମନ୍ତରାୟ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ତରାଇ ଙ୍କ ସହ ଜୋରଦାର ଲଢେଇ ହୋଇଥିବା ବେଳେ ସେଠି ବିଜେଡି ଜିତିବାର ଆଶଙ୍କା ଖୁବ କମ ବୋଲି ମତ ଦେଉଛନ୍ତି ବୁଦ୍ଧିଜୀବି ମାନେ ।  ଏବେ ସୁନାଖଳା ୨୨ନଂ ଜୋନ ରେ ବିଜେଡି ଜିଲ୍ଲା ପରିଷଦ ଦେବାଶିଷ ପଟ୍ଟନାୟକଙ୍କ ସହିତ ବଜେପି ର ମହେନ୍ଦ୍ର ସାହୁଙ୍କ ଲଢ଼େଇ ନିର୍ବାଚନ ଗଣତି  ପରେ କି ରୂପ ନେଉଛି ତଥା କିଏ ବିଜୟ  ହେଉଛି ଏହା ରାଜନୀତି ମହଲ ଓ ଚା ଖଟି ରେ ଚର୍ଚ୍ଚା ର ବିଷୟ ହୋଇପଡିଛି । ଏହାପରେ ଗୋଡ଼ିପଡା ୪ନଂ ଜୋନ ରେ ବିଜେଡି ର ଜିଲ୍ଲା ପରିଷଦ ପ୍ରାର୍ଥୀନି ସଂଯୁକ୍ତା ପଢ଼ିଆରୀ ଙ୍କ ସହିତ ବିଜେପି ର ଜିଲ୍ଲା ପରିଷଦ ପ୍ରାର୍ଥୀନି ପ୍ରତିମା ପ୍ରଧାନ ଙ୍କର ଜୋରଦାର ଲଢ଼େଇ ହେଉଥିବା ବେଳେ ବିଜେଡି ବହୁ ପଛୁଆ ରହିଥିଲା ତେବେ ନିର୍ବାଚନ ଭୋଟ ଗଣତି ପରେ ବିଜେପି ବିଜେଡି ମଧ୍ୟରୁ କିଏ ବାଜିମାର କରୁଛି ଦେଖିବାକୁ ବାକି ରହିଲା । 

ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଓ ପୂର୍ବତନ ବିଧାୟିକା ସୁରମା ପାଢୀ ନିର୍ବାଚନର କର୍ମୀ ମାନଙ୍କ ସହ ବସି ଜୋରଦାର ଭାବେ ଅଙ୍କ କଷା ଚଳାଇଥିବା ଦେଖିବାକୁ ମିଳୁଛି ।  କିଏ କେଉଁଠୁ କେତେ ଭୋଟ ପାଇବେ ବୋଲି ରାତି ଦିନ ଗୋଟେ କରିଦଉଛନ୍ତି ନେତା ମାନେ … ଦେଖାଯାଉ ନେତା ଙ୍କ ଫଳାଫଳ ଡବା ର ଭାଗ୍ୟ ନିର୍ଦ୍ଧାରଣ କରୁଛି ନା ନେତା ଙ୍କ ଅଙ୍କ କଷା ଫଳାଫଳ ବୃଥା ଯାଉଛି ।  ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଦଳର ରାଜନେତା ମାନଙ୍କ ର ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି କେଉଁ ଦଳରୁ ଆସିବ ସର୍ବାଧିକ ଆସନ ଓ କେଉଁ ଦଳ ହାତକୁ ଯିବ ଜିଲ୍ଲା ପରିଷଦ ଆସନ ?  ଆଗକୁ ଦେଖିବାକୁ ମିଳିବ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version