No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଫେବ୍ରୁଆରୀ ଶୁକ୍ରବାର ) ରଣପୁର : – ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମୟୂରଝାଲିଆ ଗ୍ରାମ ର ମାଙ୍କଡା ପଥରଖଣି ପଛପଟୁ ରାଜଜଙ୍କିଆ ଗ୍ରାମର ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଘଟଣା ର ବଡ଼ ଖୁଲାସା କରିଛି ଚାନ୍ଦପୁର ପୋଲିସ । ଏହି କେସ କୁ ନେଇ ବିଜେପି ଏକ ଅନ୍ୟ ମୋଡ଼ ଦେଇଥିବା ବେଳେ ଏହାର ସତ୍ୟତା ପ୍ରକାଶ କରିଛି ପୋଲିସ ପ୍ରଶାସନ । ଚାନ୍ଦପୁର ପୋଲିସ ର ଖଣି ଖାଦନ ଚଢ଼ାଉ କୁ ନେଇ କିଛି ଉତ୍ୟକ୍ତ ଖଣି ମାଲିକ ଙ୍କ ଯୋଜନାଗତ ଚକ୍ରାନ୍ତ ବୋଲି କହିଛନ୍ତି ଚାନ୍ଦପୁର ଥାନା ଅଧିକାରୀ ।
ମୌକା ର ଫାଇଦା ଉଠାଇ ପୋଲିସ ଙ୍କୁ ବଦଳି କରିବାର ଷଡଯନ୍ତ୍ର ରଚିଛନ୍ତି ବୋଲି ଚାନ୍ଦପୁର ଥାନା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଖଣି ଚଢ଼ାଉ ଉପରେ କ୍ଷୋଭ ରଖି ଖଣି ମାଲିକ ମାନେ ଦଳୀୟ କର୍ମୀଙ୍କୁ ଧରି ଆଇଆଇସି ଙ୍କ ବଦଳି କରାଇବାର ଷଡ଼ଯନ୍ତ୍ର କୁ ଭଣ୍ଡୁର କରିଛି ପୋଲିସ । ତେବେ ଉକ୍ତ ଘଟଣାରେ ୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ଚାନ୍ଦପୁର ପୋଲିସ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଚଳାଇଥିବା କଥା ଜଣା ପଡ଼ିଛି ।
ଏହି କେସରେ ମାମଲା ରୁଜ୍ଜୁ କରାଯାଇଥିବା ୫୦ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି ପୋଲିସ ପ୍ରଶାସନ । ସୁଚନା ଅନୁସାରେ ଯୁବକ ଟି ର ମୃତ୍ୟୁ ର କାରଣ କିଛି ଜଣା ପଡି ନଥିବା ବେଳେ ପୋଲିସ ଉପରେ ଲଗାଇଥିବା ଆରୋପ କୁ ମିଥ୍ୟା ସାବ୍ୟସ୍ତ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ । ଖୁବ ଶୀଘ୍ର ଏହି କେସରେ ସମ୍ପୃକ୍ତ ଦୋଷୀ ଙ୍କୁ ଗିରଫ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ।
No Result
View All Result