No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ଭୁବନେଶ୍ୱର, ସତ୍ୟଜିତ ସେନାପତିଙ୍କ ଦ୍ୱାରା ଲିଖିତ “ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ୍” ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ ।
କର୍ପୋରେଟ୍ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
No Result
View All Result