ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେରେ “ବିଶ୍ବ ମାତୃଭାଷା ଦିବସ” ପାଳିତ ହୋଇଯାଇଛି  । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର , ବତ୍କୃତା , ପ୍ରବନ୍ଧ , ଅନ୍ତାକ୍ଷରୀ , ଆଶୁ କବିତା ଲିଖନ , ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାତୃଭାଷା ଶିକ୍ଷଣ କରୁଥିବା ଆଚାର୍ଯ୍ୟ ଆଚାର୍ଯ୍ୟା ଶ୍ରୀ ଗୋପାଳ କୃଷ୍ଣ ପଣ୍ଡିତ, ଶ୍ରୀ ସୁନିଲ କୁମାର ପରିଡ଼ା , ଶ୍ରୀମତୀ ମମତା ମହାପାତ୍ର , ଶ୍ରୀମତୀ ସୁନିତା ସାହୁ , ଶ୍ରୀମତୀ ଶୈଳେଷ୍ଠା ଖଡଗରାୟ ଓ ଅନ୍ୟ ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।