No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଆଳି ବ୍ଲକରେ ୨୧ନଂ ଜୋନରେ ଦୀର୍ଘ ତିନିଘଂଟା ଧରି ପ୍ରଚାର କରିଥିଲେ । ଏହି ପ୍ରଚାର ଶୋଭାଯାତ୍ରା କସରଦାଠୁ ଆରମ୍ଭ ହୋଇ ଏରଂଚ, ରାଣିଓଳା, ସଗଡ଼ାଇଲୋ, ସିଠାଳୋ, ଏକବରୁଆଁ ପଂଚାୟତ ଦେଇ ଯାଇଥିଲା । ରାସ୍ତାରେ ସମସ୍ତ ଗ୍ରାମରେ ପ୍ରବଳ ଜନସମାଗମ ହୋଇଥିଲା ।
ଜନସାଧାରଣ ଉତ୍ସାହର ସହ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ ରାଲିରେ ଯୋଗଦାନ କରିଥିଲେ । ପ୍ରତି ଛକରେ ଫୁଲତୋଡ଼ା ଓ ଉତରୀୟ ପ୍ରଦାନ କରି ସାଧାରଣ ଜନତା କଂଗ୍ରେସ ପ୍ରତି ସମର୍ଥନ ପ୍ରକଟ କରିଛନ୍ତି । ପ୍ରକାଶଥାଉକି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନିଜ ଗ୍ରାମ ପଂଚାୟତ ଦେଇ ଶୋଭାଯାତ୍ରା ଯାଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ୱତପ୍ରବୃତ ଭାବେ କଂଗ୍ରେସର ପ୍ରଚାର ଶୋଭାଯାତ୍ରାରେ ଯୋଗଦାନକୁ ଦେଖି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ନିଆଳି ବ୍ଲକରେ କଂଗ୍ରେସ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଶ୍ରୀ ପଟ୍ଟନାୟକ ।
ଯୁବନେତା ତଥା କଟକ ଜିଲ୍ଲା କଂଗ୍ରେସ ଉପସଭାପତି ଶଶିକାନ୍ତ ଲେଙ୍କା ଆଜିର ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ରେଣୁକା ସିଂ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କଂଗ୍ରେସ ନେତୃବୃନ୍ଦ ଓ କଂଗ୍ରେସକୁ ସମର୍ଥନ କରୁଥିବା ସରପଂଚ ଓ ସମିତିସଭ୍ୟ ପ୍ରାର୍ଥିମାନେ ଯୋଗଦେଇଥିଲେ ।
No Result
View All Result