No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଫେବ୍ରୁଆରୀ ରବିବାର ) କୋରାଇ :- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟରେ କୋରାଇ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ବ୍ଲକର ୨୮ପଂଚାୟରେ ୪୦୮ବୁଥ ମଧ୍ୟରୁ ଗୋଳେଇପୁର ପଂଚାୟତର ୪ଟି ବୁଥରେ ଗଣ୍ଡଗୋଳଯୋଗୁ ଭୋଟକାର୍ଯ୍ୟ ବନ୍ଦହୋଇଛି । ଫଳରେ ଅବଶିଷ୍ଟ ୪୦୪ଟି ବୁଥରେ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି । ନିର୍ବାଚନ ହୋଇଥିବା ୪୦୪ବୁଥରେ ୮୦ପ୍ରତିଶତର ଅଧିକ ଭୋଟ ହୋଇଥିବା ଜଣାପଡିଛି । ଏହି ବ୍ଲକର ୨୮ଟି ପଂଚାୟତରେ ଜିଲାପରିଷଦ, ସରପଂଚ, ସମିତିସଭ୍ୟ ଓ ୪୦୪ଟି ୱାର୍ଡରେ ପ୍ରର୍ଥୀମାନଙ୍କ ନିମନ୍ତେ ୧ଲକ୍ଷ ୨୨ହଜାର ୬୦୪ଜଣ ଭୋଟ ଦେବାକୁ ଥିଲା ବେଳେ ୮୦ପ୍ରତିଶତ ଅଧିକ ଭୋଟ ଦେଇଛନ୍ତି ।
ଏହି ବ୍ଲକଅଧିନସ୍ଥ ୩ଟି ଜିଲାପରିଷଦ(୧,୨ଓ ୩)ରେ ୧୨ଜଣ, ୨୮ପଂଚାୟତ ନିମନ୍ତେ ସରପଂଚ ୧୨୫ଜଣ ଓ ସମିତିସଭ୍ୟ ୧୦୭ଜଣ ଏବଂ ୬୬୪ଜଣ ୱାର୍ଡ ସଭ୍ୟ ପ୍ରାର୍ଥଙ୍କ ନିମନ୍ତେ ବରିଷ୍ଠନାଗରିକଙ୍କ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଆଦି ଭୋଟରମାନେ ଆସି ଆଜି ନିଜନିଜ ବୁଥରେ ଧାଡିରେ ରହି ଭୋଟ ଦେଇଥିଲେ । ଭୋଟ ପରେ କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାଳୟ ଠାରେ ହୋଇଥିବା ନିର୍ବାଚନ ପରିଚଳନା କେନ୍ଦ୍ରରେ ସମସ୍ତ ବୁଥର ଭୋଟିଂବାକ୍ସ ଆଣି କଡାସୁକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
ଆଜିର ଏହି ନିର୍ବାଚନକୁ ଶୃଙ୍ଖଳାର ସହ ପରିଚଳାନା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଏସଡିପିଓ ଚିନ୍ମୟକୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ କୋରାଇ ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତି, ପାଣିକୋଇଲି ଥାନା ଅଧିକାରିଣୀ ଚନ୍ମୟୀ ବେହେରା, ୨୦ଜଣ ପୁଲିସ ଅଧିକାରୀଙ୍କ ସମେତ ୭ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ନିର୍ବାଚନା କାର୍ଯ୍ୟ ପରିଚାଳନା କରିବା ପାଇଁ ୧୪ଜଣ ସେକ୍ଟର ଅଧିକାରୀଙ୍କ ସମେତ ଯାଜପୁରର ଅତିରିକ୍ତ ଜିଲାପାଳ ମିହିରକୁମାର ମହାନ୍ତି, ବ୍ୟାସନଗର ତହସିଲଦାର ଅଶୋକକୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମକୁମାର ମଲ୍ଲ୍ିକ, ସହକାରୀ ଯବୀ ରଜତକୁମାର ମହାପାତ୍ର, ଜଳପରିମଳଯବୀ ସୁଧାକର ପଣ୍ଡା, ଡବ୍ଲୁଇଓ ହେମନ୍ତକୁମାର ଜେନା, ମୁଖ୍ୟକିରାଣୀ ସୁନିଲକୁମାର ରାଉତ,
ଏପିଇଓ ଆର. ଆର ସମାନ୍ତରାୟ ଓ ବ୍ଲକ ଗ୍ରାମପଂଚାୟତ ଅଧିକାରୀ ଦେବୀପ୍ରସନ୍ନ ଜେନାଙ୍କ ସମେତ ୧୪୦ଜଣ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଜିଆରଏସ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାର ସାମିଲ ହୋଇଥିଲେ । ବନ୍ଦହୋଇଥିବା ଗୋଳେଇପୁର ପଂଚାୟତର ୪ଟି ବୁଥରେ ଜିଲାପାଳଙ୍କ ନିର୍ଦେଶ ଅନୁଯାଇୟୀ ପୁନଃ ଭୋଟ ହେବ । ଆଜି ଭୋଟିଂହୋଇଥିବା ୪୦୪ଟି ବୁଥର ଭୋଟିଂସିଲ ବାକ୍ସଗୁଡିକୁ କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାୟ ଠାରେ ସିସିଟିଭି ଲାଗିରହିଥିବା ସହ ପୁଲିସ ବଳୟମ ମଧ୍ୟରେ କଡାସୁରକ୍ଷାରେ ରଖାଯାଇଛି । ଆସନ୍ତା ୨୬ତାରିଖରୁ ୨୮ତାରିଖ ଯାଏ ୩ଦିନ ଧରି କ୍ରମଅନୁଯାୟୀ ଭୋଟ ଗଣତି କରଯିବା ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

No Result
View All Result