ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ରଣପୁର ବ୍ଲକ :- ରଣପୁର ବ୍ଲକ ରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତ ଦାନ , ସରିଲା ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତ ଦାନ । ରାଜ୍ୟନିର୍ବାଚନ କମିଶନଙ୍କ ଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟ ର ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଭୋଟ ଗ୍ରହଣ । ଦ୍ଵିତୀୟ ପର୍ଯ୍ୟାୟରେ ରଣପୁର ବ୍ଲକ ର ୪ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଛି । ୩୭ ପଞ୍ଚାୟତ ଏବଂ ୫୧୭ ଓ୍ଵାର୍ଡରେ ମତଦାନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟ ରେ୧୮ ଟି ଗ୍ରାମପଞ୍ଚାୟତ ରେ ମତଦାନ ହୋଇ ଯାଇଥିଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୭ଟି ଗ୍ରାମ ପଞ୍ଚାୟତ ରେ ସରିଛି ମତଦାନ ।
ତେବେ ରଣପୁର ବ୍ଲକର ୬ ଟି ଜୋନ ରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଜୋନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪ ଟି ଜୋନ ରେ ଘୋଟ ଗ୍ରହଣ କରାଯାଇଛି । ତେବେ ରଣପୁରରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ୬ ଟି ଜୋନ ର ଭୋଟ ଗ୍ରହଣ କରାଯାଇଛି ।

















