No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଫେବ୍ରୁଆରୀ ଶୁକ୍ରବାର) ଭୁବନେଶ୍ୱର :- ଭୁବନେଶ୍ୱର ରେ ନିଜକୁ ପୋଲିସ ର ସ୍ପେସିଆଲ ସ୍କୁୱାର୍ଡ ର ପରିଚୟ ଦେଇ ଜ୍ଞାନ ରଞ୍ଜନ ମହାନ୍ତି ନାମକ ଜୈନକ ଅବସରପ୍ରାପ୍ତ ଆରକ୍ଷୀ କର୍ମଚାରୀ ବିଭିନ୍ନ ସମୟରେ ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଥିବା ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି ।
ଅଭିଯୁକ୍ତ ଜ୍ଞାନ ରଞ୍ଜନ ମହାନ୍ତି ଅତୀତରେ ପୋଲିସ ବିଭାଗରେ ଜଣେ ASI ଭାବରେ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା ଅନ୍ୟ ଜଣେ ବ୍ୟକ୍ତି କାନହୁ ଚରଣ ସାହୁ କୁ ମଧ୍ୟ ପୋଲିସ ଗିରଫ କରିଛନ୍ତି । ଅଧିକ ତଦନ୍ତ ଜାରି ରହିଥିବା ବେଳେ ଯଦି ଏହିଭଳି ଅଭିଯୋଗ କାହା ପାଖରେ ଥାଏ ତାହାଲେ ପୋଲିସ ଜଣାଇ ବାକୁ ଡିସିପି ଅନୁରୋଧ କରିଛନ୍ତି ।
No Result
View All Result