No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ଭବାନୀପାଟଣା :- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ ଓଡିଶାରେ ଅନେକ ଅବସରପ୍ରାପ୍ତ ସୈନିକ ଏବଂ ବହୁତ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରେ ଭାଗ ନେଇ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ସେହିପରି ଯଣେ ପ୍ରତିଦ୍ୱନ୍ଦୀ କରୁଥିବା ବ୍ୟକ୍ତି ହେଲେ ଶ୍ରୀଯୁକ୍ତ ଗୌରି କୁମାର ମିଶ୍ର । ସେ ସରପଞ୍ଚ ପ୍ରାର୍ଥୀ ଭାବେ କଳାହାଣ୍ଡି ସଦର ବ୍ଲକ ଅଧିନସ୍ଥ ମେଦିନୀ ପୁର ଗ୍ରାମ ପଞ୍ଚାୟତ ରେ ନାମାଙ୍କନ ପତ୍ର ଦାଖଲ କରି ମାଛ ଚିହ୍ନ ରେ ଛିଡା ହୋଇଛନ୍ତି । ଶ୍ରୀ ମିଶ୍ର ଙ୍କ ସହିତ ସିଧାସଳଖ ଆମ ପ୍ରତିନିଧି କଥାବାର୍ତ୍ତା ହୋଇ ଥିଲେ ଯଣା ପଡିଥିବା ସୂଚନା ଅନୁମତେ ଶ୍ରୀ ଗୌରି କୁମାର ମିଶ୍ର ଦୀର୍ଘ ୨୬ ବର୍ଷ ଭାରତ ସରକାର ଙ୍କ ଅଧିନସ୍ଥ ଇଣ୍ଡୋ ତିବତ୍ତ ବୋର୍ଡର ପୋଲିସ ରେ ସୈନିକ ରୂପେ କାର୍ୟ୍ଯ କରି ଏବଂ ଭାରତ ମାତାର ସେବାକରି ଅବସର ଗ୍ରହଣ କରିଥିଲେ ।
ବର୍ତ୍ତମାନ ସେ ସମାଜ ସେବା ପାଇଁ ମନ ବଳାଇଛନ୍ତି ଏଥି ସହିତ ପଞ୍ଚାୟତ କୁ ଏକ ସ୍ବଚ୍ଛ, ନିର୍ମଳ ଏବଂ ଦୂର୍ନିତି ମୁକ୍ତ ପଞ୍ଚାୟତ ଗଠନ ପାଇଁ ପ୍ରଣ ନେଇ ଛନ୍ତି । ସେହିପରି ପଞ୍ଚାୟତ ର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାଣି, ପରିମଳ ଏବଂ ସାଧାରଣ ଜନତା ଙ୍କ ହିତ ପାଇଁ ଯାହା ସବୁ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଏକ ପ୍ରକାର ପ୍ରତିସୁତୀ ମଧ୍ୟ ଦେଇଛନ୍ତି । ସେହିପରି ଯନ ସାଧାରଣ ଙ୍କ ମତ ଅନୁଯାୟୀ ଶ୍ରୀ ଗୌରି କୁମାର ମିଶ୍ର ଙ୍କ ପଲ୍ଲା ଭାରି ଥିବା ମଧ୍ୟ ଯଣା ପଡିଛି । ଏବଂ ସେହିଁ ଆଗାମୀ ସରପଞ୍ଚ ହେବେ ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି । ସେ ମେଦିନୀପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ରୂପେ ମାଛ ଚିହ୍ନି ରେ ଛିଡା ହୋଇଛନ୍ତି ।
No Result
View All Result