ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରୀ ସୋମବାର ) ଓଡ଼ଗାଁ,ନନ୍ଦିଘର :- ଓଡ଼ଗାଁ, ଦିନକୁ ଦିନ ପଞ୍ଚାୟତ ନିର୍ବାଚନ ଯେତିକି ପଖେଇ ଆସୁଛି ସେତିକି ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତରେ ମଧ୍ୟ ରାଜନୈତିକ ତୀବ୍ରତା ବଢ଼ିବାରେ ଲାଗିଛି । ନନ୍ଦିଘୋର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପାର୍ଥିନୀ ବିଜେଡ଼ି ଦଳ ପକ୍ଷରୁ ଖୋଲା ଛତା ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଞ୍ଚ ପାର୍ଥିନୀ ଶ୍ୱେତଲୀନା ମିଶ୍ର ପ୍ରଚାର ପ୍ରସାରରେ ଆଗୁଆ ଥିବା ଜଣାପଡିଛି ।
ପୁର୍ବରୁ ଶ୍ୱେତଲୀନା ନନ୍ଦିଘୋର ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରତିନିଧିତ୍ଵ କରିଥିଲେ । ପୂର୍ବରୁ ଜନହିତକର କାର୍ଯ୍ୟ ରେ ନିଜକୁ ନିଯୁକ୍ତ କରାଇ ଲୋକଙ୍କ ଭରସା ର ପାତ୍ର ହୋଇଥିଲେ । ଚଳିତ ବର୍ଷ ପଞ୍ଚାୟତର ଜନସାଧାରଣ ମାନେ ଶ୍ୱେତଲୀନାଙ୍କ ଉପରେ ଆଶା ଏବଂ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି । ଖୋଲା ଛତା ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ଶ୍ୱେତଲୀନା ନିର୍ବାଚିତ ହେବା ପରେ ପଞ୍ଚାୟତ ବାସୀଙ୍କ ଠାରେ ଥିବା ଆଶା ଓ ବିଶ୍ୱାସ କୁ ସାକାର କରିବା ଦିଗରେ ନିଜକୁ ଆଗରେ ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।














