ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତରେ ଦିନକୁ ଦିନ ପଞ୍ଚାୟତ ନିର୍ବାଚନ ସରଗରମ ହେବାରେ ଲାଗିଛି । ଶରଧାପୁର ପଞ୍ଚାୟତରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଶରଧାପୁର ପଞ୍ଚାୟତ ସର୍ବମୋଟ ୧୪ଟି ୱାର୍ଡକୁ ନେଇ ଗଠିତ । ଆସନ୍ତା ୧୬ ତାରିଖରେ ପଞ୍ଚାୟତର ୩୬୦୪ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଇତି ମଧ୍ୟରେ ଶରଧାପୁର ପଞ୍ଚାୟତରେ ଖୋଲା ବହି ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଞ୍ଚ ପ୍ରାର୍ଥୀନୀ ଚାନ୍ଦିନୀ ରାଉତ ପ୍ରଚାର ପ୍ରସାରରେ ଆଗୁଆ ଥିବା ଜଣାପଡିଛି ।
ପୁର୍ବରୁ ଚାନ୍ଦିନୀଙ୍କ ଶଶୁର ସ୍ବର୍ଗତ ନୃସିଂହ ରାଉତ ଅବିଭକ୍ତ ଶରଧାପୁର ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରତିନିଧିତ୍ଵ କରିଥିଲେ । ଶ୍ଵଶୁରଙ୍କ ଜନହିତକର କାର୍ୟ୍ୟରେ ଅନୁପ୍ରାଣିତ ହୋଇ ଜନସେବା କରିବା ପାଇଁ ରାଜନୀତିରେ ପ୍ରବେଶ କରିଥିବା ପ୍ରକାଶ କରିଛନ୍ତି ଚାନ୍ଦିନୀ ରାଉତ । ପଞ୍ଚାୟତରେ ଜନସାଧାରଣ ଚାନ୍ଦିନୀଙ୍କ ଉପରେ ଆଶା ଏବଂ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି । ଚାନ୍ଦିନୀ ଖୋଲା ବହି ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ସମୟରେ ନିର୍ବାଚିତ ହେବା ପରେ ପଞ୍ଚାୟତ ବାସୀଙ୍କ ସୁଖଦୁଃଖରେ ସାମିଲ ହେବା ସହ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅବିଭକ୍ତ ଶରଧାପୁର ପଞ୍ଚାୟତରେ ଚାନ୍ଦିନୀଙ୍କ ବଂଶଜ ସ୍ବର୍ଗତ ଭୀମସେନ ରାଉତଙ୍କ ଠାରୁ ଆରମ୍ଭ କରି ସ୍ବର୍ଗତ ନୃସିଂହ ରାଉତ ପର୍ୟ୍ୟନ୍ତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରାଉତ ପରିବାର ଶରଧାପୁର ଗ୍ରାମବାସୀଙ୍କ ନେତୃତ୍ୱ ନେଇ ଆସିଛନ୍ତି । ଶରଧାପୁର ଗ୍ରାମପଞ୍ଚାୟତବାସୀଙ୍କ ପାଇଁ ଭୀମସେନଙ୍କ ଅବଦାନ ଅତୁଳନୀୟ । ଭୀମସେନ ବାଉଁଶଗାଡ଼ିଆ ସ୍କୁଲ ଠାରୁ ଆରମ୍ଭ କରି ବିନାୟକପୁର ଭୀମସେନ ବିଦ୍ୟାପୀଠ, ଓଡ଼ଗାଁ କଲେଜ ଚତୁଃପାଶ୍ୱରେ ପାଚେରୀ ନିର୍ମାଣ କରି ସମଗ୍ର ଅଞ୍ଚଳରେ ଭୀମସେନ ଖ୍ୟାତି ଅର୍ଜନ କରିଥିଲେ ।















