No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଚଂଳରେ ଦୁଇ ଗୋଟି ହାତୀର ମୃତ୍ୟୁ ଘଟିଛି। ଗତ ଫେବୃଆରୀ ୯ ତାରିଖ ଦିନ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ନର୍ଲା ଜାମପଡା ନିକଟରେ ଘଟିଥିବା ବେଳେ ପୁଣି ଗତ କାଲି ଏକ ଦନ୍ତାହାତୀର ମୃତ୍ୟୁ ବାଗପୁର ଓ ଜାମପଦର ରାସ୍ତାର କିଛି ଦୂରରେ ଘଟିଯାଇଛି। ଦୀର୍ଘ ଦିନ ଧରି ନର୍ଲା ଅଚଂଳରେ ହାତୀପଲ ବିଭିନ୍ନ ଗାଁ ମୁହାଁ ହୋଇ ଅନେକ ଫସଲ ମଧ୍ୟ ନଷ୍ଟ କରିସାରିଛନ୍ତି। ଏହା ପୂର୍ବରୁ ବାଲିପଡା ନିକଟରେ ଏକ ହାତୀ ଶାବକର ମୃତ୍ୟୁ ମଧ୍ୟ ହୋଇଥିଲା ।
ତେବେ ଗତ କାଲି ରାତିରେ ମୃତ ଦନ୍ତାହାତୀର ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ପରେ ହାତୀପଲ ମଧ୍ୟରେ ସଂଘର୍ଷ ଘଟି ଏହି ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଉଛି । ହାତୀ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ବନପାଳ ଭବାନୀ ନାଏକ ଜଣାଇଛନ୍ତି। ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ବୟର ଅଭାବ ଯୋଗୁଁ ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ଘଟିଥିବା ଦର୍ଶାଇ ପ୍ରାଣୀପ୍ରେମୀ କ୍ଷୋଭ ପ୍ରକାଶ କରୁଥିବା ବେଳେ ପ୍ରକୃତ ଅବହେଳାକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

No Result
View All Result