ଓଡ଼ିଶା ତାଜା ନ୍ୟୁଜ୍ (୧୨ଫେବ୍ରୁଆରୀ ଶନିବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜନଜାତି ନାବାଳିକା ଝିଅକୁ ଗତ ଅଗଷ୍ଟ ୨୫ ତାରିଖରେ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଯୁବକକୁ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଘରେ କେହି ନଥିବାର ସୁଯୋଗ ନେଇ ଜୈନକ ୨୨ବର୍ଷର ଯୁବକ ଜଣକ ନାବାଳିକା ଝିଅର ଘରେ ପଶି ଦୁଷ୍କର୍ମ କରିବା ସହିତ ଏହି ବିଷୟରେ କାହାରିକୁ ନକହିବା ପାଇଁ ଧମକ ଦେଇଥିଲା ।

ଯଦି ଘରଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସୂଚନା ଦେଲେ ପ୍ରାଣରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଏହି ଘଟଣା ନାବାଳିକାଙ୍କ ପିତା ଅନ୍ୟ ସୂତ୍ରରୁ ସୂଚନା ପାଇ ଗ୍ରାମରେ ବୈଠକ କରିଥିଲେ ମଧ୍ୟ ଗ୍ରାମର ନେତୃତ୍ୱ ବ୍ୟକ୍ତିଙ୍କୁ ହାତରେ ରଖି ଝିଅକୁ ଭୟ ଦେଖାଇ ଥିବାରୁ ଝିଅ କୌଣସି କଥା ସଭାରେ କହିନଥିଲା । ଏହାର ସୁଯୋଗରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ନାବାଳିକା ଝିଅକୁ ଦେଇ ଚାଲିଥିଲା ।

ବାଧ୍ୟହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହିନ ପାରି ଗତ ୩୦.୧.୨୦୨୨ ତାରିଖ ଦିନ ସପରିବାର ବର୍ଗଙ୍କୁ କାନ୍ଦି କାନ୍ଦି କହିଥିଲା । ଏହାପରେ ନାବାଳିକାଙ୍କ ପିତା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେଶ ନଂ-୩୮/୨୨ ପ୍ରକାରେ ଏକ ମକଦମା ରୁଜୁକରି ଗୁରୁବାର ଫୁଲବାଣୀ କୋର୍ଟକୁ ଚାଲାଣ କରିଥିବା ବିଷୟ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି ।