• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ଗମିଜ୍‍ ଓ ଜେଲି ଷ୍ଟ୍ରିପ ଫର୍ମାଟରେ ନୂଆ ବର୍ଗର ସପ୍ଲିମେଣ୍ଟ ପ୍ରଚଳନ କରୁଛି

Proprietor Abhimanyu Maharana by Proprietor Abhimanyu Maharana
February 10, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ଗମିଜ୍‍ ଓ ଜେଲି ଷ୍ଟ୍ରିପ ଫର୍ମାଟରେ ନୂଆ ବର୍ଗର ସପ୍ଲିମେଣ୍ଟ ପ୍ରଚଳନ କରୁଛି

Banner 19 jan

Share on FacebookShare on TwitterWhatsapp

ସ୍ୱାଦିଷ୍ଟ, ଟ୍ରେଣ୍ଡି, ସୁବିଧାଜନକ ଏବଂ ସରଳିକୃତ ପୋଷଣ ପରିପୂରକ ସହସ୍ରାଦ୍ଦର ଯୁବପିଢିଙ୍କ ଯାତ୍ରା ସମୟରେ ମଧ୍ୟ ସେମାନଙ୍କର ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆବଶ୍ୟକତା ପ୍ରତି ଧ୍ୟାନଦେବ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ନିରନ୍ତର ଉତ୍ପାଦ କ୍ଷେତ୍ରରେ ନବୋନ୍ମେଷ ଜରିଆରେ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ କ୍ଷେତ୍ରରେ ନିଜର ନେତୃତ୍ୱ ସ୍ଥିତି ସୁଦୃଢିକରଣ କରିବା ପ୍ରୟାସ ଜାରି ରଖି ଦେଶର ଅନ୍ୟତମ ଅଗ୍ରଣୀ ଏଫଏମ୍‍ସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମ୍‍ୱେ ଇଣ୍ଡିଆ ପ୍ରଥମ ଥର ପାଇଁ ତାହାର ଛାମୁଆ ବ୍ରାଣ୍ଡ୍‍ ‘ନ୍ୟୁଟ୍ରିଲାଇଟ’ ଅଧୀନରେ ସ୍ୱାଦଯୁକ୍ତ ଗମିଜ୍‍ ଏବଂ ପାଟିରେ ମିଳେଇ ଯାଉଥିବା ଜେଲି ଷ୍ଟ୍ରିପ୍‍ ଭଳି ଟ୍ରେଣ୍ଡି, ସ୍ୱାଦିଷ୍ଟ, ସୁବିଧାଜନକ ଏବଂ ସରଳିକୃତ ପ୍ରକାରରେ ପୋଷଣ ପରିପୂରକ (ସପ୍ଲିମେଣ୍ଟ) ବର୍ଗ ପ୍ରଚଳନ କରିଛି । ଏହି ବର୍ଗ ସାମଗ୍ରିକ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧ, ଅସ୍ଥିର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ସଶକ୍ତ ହୋଇଛି ।

ଆଧୁନିକ ଜୀବନଶୈଳୀକୁ, ବିଶେଷକରି ବ୍ୟସ୍ତବହୁଳ ସହସ୍ରାବ୍ଦର ଯୁବପିଢିଙ୍କୁ ସୁହାଇବା ଭଳି ଡିଜାଇନ କରାଯାଇଥିବା ଯାତ୍ରା କାଳରେ ବ୍ୟବହାରକ୍ଷମ ପୋଷଣ ପରିପୂରକଗୁଡିକ ଆମୱେର ପୋଷର ବର୍ଗକୁ ଅଧିକ ସୁଦୃଢ କରିବ । ସାଂପ୍ରତିକ ସମୟରେ ସହସ୍ରାବ୍ଦର ନାଗରିକମାନଙ୍କର ବ୍ୟସ୍ତବହୁଳତାକୁ ହୃଦବୋଧ କରି ଆମୱେ ସେମାନଙ୍କର ପ୍ରତିଦିନର ପୋଷଣ ଆବଶ୍ୟକତା ପୂରଣ କରିବା ନିମନ୍ତେ ଯାତ୍ରାକାଳୀନ ପୋଷଣ ପରିପୂରକ (ସପ୍ଲିମେଣ୍ଟ) ପ୍ରସ୍ତୁତ କରିଛି । ସଂପ୍ରତି ଏହି ବର୍ଗରେ ତିନିଟି ଉତ୍ପାଦ ଉପଲବ୍ଧ ହେଉଛି, ଯଥା- ସିଜ୍‍ ଦି ଡେ, ଯାହା ଷ୍ଟ୍ରବେରୀ ସ୍ୱାଦଯୁକ୍ତ ଗମିଜ୍‍ ଏବଂ ଏଥିରେ ଭିଟାମିନ ଓ ମିନେରାଲ ରହିଛି, ଏହା ସାମଗ୍ରିକ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ ପାଇଁ ସହାୟକ ହୋଇପାରିବ ।

ତାହାସହିତ ଏହି ବର୍ଗରେ ରହିଛି ଡି-ଫେନ୍ସ, ଏହା ପାଟିରେ ମିଳେଇ ଯାଉଥିବା ଜେଲି ଷ୍ଟ୍ରିପ୍‍ ଯେଉଁଥିରେ ଭିଟାମିନ ଡି୩ ରହିଛି ଏବଂ ଏହା ଅସ୍ଥିର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧ ପାଇଁ ସହାୟକ ହେଉଛି । ତାହାସହିତ ଏହି ବର୍ଗର ତୃତୀୟ ଉତ୍ପାଦ ହେଉଛି ଆଇ କ୍ୟାଣ୍ଡି ଗମିଜ୍‍, ଯେଉଁଥିରେ ଲୁଟିନ ଏବଂ ଜିସାନଥିନ୍‍ ରହିଛି ଏବଂ ଏହା ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ସହାୟକ ହେଉଛି । ଏହାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ନ୍ୟୁଟ୍ରିଲାଇଟ ଅଧୀନରେ ଏହି ନୂଆ ବର୍ଗର ବଜାର ପ୍ରବେଶ ବ୍ରାଣ୍ଡ୍‍ର ବିବର୍ତ୍ତନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ହୋଇଛି ।

ଆମର ପୋଷଣଗତ ଆବଶ୍ୟକତା ପୂରଣ ନିମନ୍ତେ ଡିଜାଇନ କରାଯାଇଥିବା ଏହି ମଜାଦାର ଏବଂ ସୁବିଧାଜନକ ପୋଷଣ ପ୍ରକାରକୁ ନେଇ ଏକ ସୁସ୍ଥ ଜୀବନ ଧାରା ବଜାୟ ରଖିବା ସକାଶେ ପରିପୂରକ (ସପ୍ଲିମେଣ୍ଟ)ର ବ୍ୟବହାରକୁ ବହୁଳ ପ୍ରଚାର ପ୍ରସାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ସଂପ୍ରତି ଯୁବବର୍ଗ ସେମାନଙ୍କର ଅଧିକାଂଶ ସମୟ ଘର ଭିତରେ ବିତାଉଥିବାରୁ ସେମାନେ ସୂର୍ଯ୍ୟକିରଣରୁ ବଞ୍ଚିତ ହେଉଛନ୍ତି ଏବଂ ତଦ୍ଦ୍ୱାରା ଭିଟାମିନ ଡି ଅଭାବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଏବଂ ବିବିଧ ଡିଜିଟାଲ ଉପକରଣରୁ ଦୀର୍ଘ ସମୟ ସେମାନେ ନୀଳ ଆଲୋକ ବିକିରଣା ସାମ୍‍ନା କରୁଥିବାରୁ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଓ ରୋଗପ୍ରତିରୋଧ କ୍ଷମତା ସହିତ ସେମାନଙ୍କର ଅସ୍ଥି ଓ ଚକ୍ଷୁର ସ୍ୱାସ୍ଥ୍ୟ ବଜାୟ ରଖିବାର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ସମଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି ।

ଏହି ଆବଶ୍ୟକତାକୁ ଅନୁଭବ କରି ଆମେ ଧାର୍ଯ୍ୟଲକ୍ଷ୍ୟ ପରିସ୍ଥିତିଗୁଡିକୁ ଫାଇଦା ପହଞ୍ଚାଇବା ପାଇଁ ଅତ୍ୟାବଶ୍ୟକ ପୋଷକରେ ଭରପୂର ଗମିଜ୍‍ ଏପର୍ଯ୍ୟନ୍ତ ପ୍ରଚଳନ କରିଛୁ । ଏହି ବର୍ଗ ସ୍ୱତନ୍ତ୍ର ଭାବରେ ସହସ୍ରାବ୍ଦର ଯୁବପିଢିଙ୍କର ଆଜିର ଦ୍ରୁତ ଜୀବନଶୈଳୀର ପରିପୂରକ (ସପ୍ଲିମେଣ୍ଟ) ଭାବରେ ଡିଜାଇନ କରାଯାଇଛି, ଯେଉଁମାନେ ସବୁ ସମୟରେ ବ୍ୟସ୍ତ ରହୁଛନ୍ତି ଅଥବା ଯାତ୍ରା କରୁଛନ୍ତି । ବ୍ୟକ୍ତିକୈନ୍ଦ୍ରିକ ଏବଂ ସରଳିକୃତ ପୋଷଣ, ବିଶେଷକରି ଯୁବବର୍ଗଙ୍କ ନିମନ୍ତେ ଏହିଭଳି ପୋଷଣ ପରେ ଆମର ଅଗ୍ରାଧିକାରତାକୁ ପ୍ରାଧାନ୍ୟ ଦେଇ ଆମେ ଆଶା କରୁଛୁ ଯେ ଏହି ନୂଆ ବର୍ଗ ସେମାନଙ୍କର ଆଶା ଆକାଂକ୍ଷା ପୂରଣ ସହିତ ସେମାନଙ୍କର ପ୍ରତିଦିନର ପୋଷଣଗତ ଆବଶ୍ୟକତାକୁ ପୂରଣ କରିବ ଏବଂ ଏହା ଆମର ସାମଗ୍ରିକ ପୋଷଣ ବର୍ଗ ପ୍ରତି ଉଲ୍ଲେଖନୀୟ ଅବାଦନ ରଖିବ ।”

ଉତ୍ପାଦର ଗୁଣବତ୍ତା ଏବଂ ନବସୃଜନ କ୍ଷେତ୍ରରେ ନିଜର ମଜଭୁତ ସ୍ଥିତିକୁ ଏହାର ଅଭିବୃଦ୍ଧିର ଅନ୍ୟତମ ମୁଖ୍ୟ ପରିଚାୟକ ଭାବରେ ଗ୍ରହଣ କରି ଆମୱେ ଇଣ୍ଡିଆ ନିଜର ପୋଷର ବର୍ଗରୁ ବିବିଧ ଉତ୍ପାଦ ବଜାରକୁ ଆଣିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ସମ୍ପୂର୍ଣ୍ଣ ନୂତନ ପ୍ରକାରରେ ଏହି ନୂତନ ବର୍ଗର ପରିପୂରକଗୁଡିକରେ (ସପ୍ଲିମେଣ୍ଟ) କୌଣସି କ୍ଷତିକାରକ ମିଶ୍ରଣ ଅଥବା ପ୍ରିଜରଭେଟିଭ ନାହିଁ ଏବଂ ଗ୍ରାହକଙ୍କର ପରିବର୍ତ୍ତିତ ପସନ୍ଦ ସହିତ ତାଳଦେଇ ପ୍ରସ୍ତୁତ କରାଯାଇଛି । ଏହି ବର୍ଗର ବଜାର ପ୍ରବେଶ ସମ୍ପର୍କରେ ମତଦେଇ ଆମୱେ ଇଣ୍ଡିଆ ସିଏମ୍‍ଓ ଶ୍ରୀ ଅଜୟ ଖାନ୍ନା କହିଛନ୍ତି, “ଏହି ସମ୍ପୂର୍ଣ୍ଣ ନୂତନ ପ୍ରକାରରେ ଆମର ଅଧୁନାତମ ପରିପୂରକ (ସପ୍ଲିମେଣ୍ଟ) ଉତ୍ପାଦଗୁଡିକ ନୂଆ ପିଢିର ଗ୍ରାହକଙ୍କ ପୋଷଣ ଆବଶ୍ୟକତା ପ୍ରତି ଧ୍ୟାନଦେବା ସକାଶେ ଆମର ଛାମୁଆ ବ୍ରାଣ୍ଡ୍‍ ‘ନ୍ୟୁଟ୍ରିଲାଇଟ’ ଦ୍ୱାରା ସଶକ୍ତ ଆମୱେର କୁଲ୍‍, ଟ୍ରେଣ୍ଡି ଏବଂ ସରଳିକୃତ ପୋଷଣ ଭାବରେ ବିବେଚିତ ହେଉଛି ।

ତାଜା ରିପୋର୍ଟ ଅନୁଯାୟୀ ସ୍ୱାଦିଷ୍ଟ ପ୍ରକାର ଅଭାବରୁ ୪୮% ଗ୍ରାହକ ପରିପୂରକ (ସପ୍ଲିମେଣ୍ଟ) ଆହରଣ କରିନଥାନ୍ତି ଏବଂ ବିଶାଳ ୭୩% ଜନତା ଗମିଜ୍‍କୁ ଏକ ଉପଯୁକ୍ତ ପ୍ରକାର ଭାବରେ ବିବେଚନା କରିବାକୁ ନିଜ ମାନସିକତା ଉନ୍ମୁକ୍ତ ରଖିଛନ୍ତି । ଏହା ପଛରେ ଥିବା କାରଣଗୁଡିକ ହେଉଛି ବ୍ୟସ୍ତବହୁଳ ଜୀବନଶୈଳୀ, ବର୍ଦ୍ଧିତ ଖର୍ଚ୍ଚଯୋଗ୍ୟ ଆୟ ଏବଂ ପ୍ରତିଷେଧମୂଳକ ସମାଧାନ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧ । ଏଥିସହିତ ବର୍ତ୍ତମାନର ଯୁବପିଢିଙ୍କ ନିକଟରେ ସମସ୍ତ ସୂଚନା ରହିଛି, ସେମାନେ ସଚେତନ ଏବଂ ସେମାନଙ୍କର ନିୟମିତ ଖାଦ୍ୟ ସେମାନଙ୍କର ପୋଷଣଗତ ଆବଶ୍ୟକତା ପାଇଁ ଯଥେଷ୍ଟ ନୁହେଁ ବୋଲି ସେମାନେ ସଚେତନ ଅଛନ୍ତି । ଏହା ସେମାନଙ୍କ ମଧ୍ୟରେ ପୋଷଣଗତ ପରିପୂରକ ପାଇଁ ବର୍ଦ୍ଧିତ ଆଗ୍ରହ ସୃଷ୍ଟି କରୁଛି ।

କିନ୍ତୁ ସେମାନେ ସର୍ବଦା ବ୍ୟସ୍ତ ରହୁଛନ୍ତି ଅଥବା ଯାତ୍ରା କରୁଛନ୍ତି, ଏବଂ ସେଥିପାଇଁ ଏଭଳି ପ୍ରକାର ଚାହୁଁଛନ୍ତି ଯାହା ପ୍ରଭାବୀ ଅଥବା ସହଜ ଏବଂ ଖାଇବାକୁ ସ୍ୱାଦିଷ୍ଟ ହୋଇଥିବ ଏବଂ ସେମାନଙ୍କର ଦୈନନ୍ଦିନ ଆହରଣ ପାଇଁ ବିନା ବାଧାରେ ଖାପ ଖାଉଥିବ । ସେଥିପାଇଁ ଗମିଜ୍‍ ଏବଂ ଜେଲି ଷ୍ଟ୍ରିପ ପ୍ରକାରରେ ନ୍ୟୁଟ୍ରିଲାଇଟ ବ୍ରାଣ୍ଡ୍‍ରେ ଏହି ନୂଆ ବର୍ଗର ପରିପୂରକ (ସପ୍ଲିମେଣ୍ଟ) ବର୍ଦ୍ଧିତ ଚାହିଦା ଏବଂ ସୁବିଧାଜନକ, ସ୍ୱାଦିଷ୍ଟ ଏବଂ ସରଳିକୃତ ପୋଷଣ ପ୍ରତି ଧ୍ୟାନ ଦେବାକୁ ସର୍ବାଧିକ ଉପଯୋଗୀ ପନ୍ଥା ହୋଇଛି । ଏହି ପରିପୂରକଗୁଡିକ (ସପ୍ଲିମେଣ୍ଟ) ଆଧୁନିକ ଜୀବନଶୈଳୀର ସ୍ୱାସ୍ଥ୍ୟ ଓ କଲ୍ୟାଣଗତ ଆବଶ୍ୟକତା ପୂରଣ ନିମନ୍ତେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।” “ନ୍ୟୁଟ୍ରିଲାଇଟ ଉଦ୍ଭିଦ ଭିତ୍ତିକ ପୋଷଣ ଯୋଗାଣ ଆଭିମୁଖ୍ୟକୁ ନେଇ ଏ କ୍ଷେତ୍ରରେ ଚମ୍ପିଆନ ହୋଇଛି ଏବଂ ବିଗତ ୮୦ ବର୍ଷରୁ ଅଧିକ ସମୟ ଧରି ସର୍ବୋଚ୍ଚ ସ୍ତରର ଶୁଦ୍ଧତା,

ନିରାପଦ ଏବଂ ଶକ୍ତି ଯୋଗାଇ ଦେଉଛି ଯାହା ଏହାର ଉତ୍ପାଦର ପ୍ରଭାବୀଗୁଣରେ ବୃଦ୍ଧି ଘଟାଉଛି ଏବଂ ଏହା ଆମୱେ ଉତ୍ପାଦକୁ ସ୍ୱତନ୍ତ୍ର କରି ଗଢିତୋଳୁଛି ଏବଂ ଏହାର ଦୃଢ ପରମ୍ପରା ଏବଂ ବଜାରରେ ମୁଖ୍ୟ ଅଂଶ ଯୋଗୁଁ ଆମେ ଆସ୍ଥାବାନ ଯେ ଆମର ସମ୍ପୂର୍ଣ୍ଣ ନୂତନ ଉତ୍ପାଦ ନିଶ୍ଚିତ ଭାବରେ ଆମର ଆଧୁନିକ ଉପଭୋକ୍ତାଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବ,” ବୋଲି ସେ କହିଥିଲେ । ଜନସାଧାରଣ ଉତ୍ତମ ନିରୋଗ ଜୀବନ ବଞ୍ଚିବା ଦିଗରେ ସେମାନଙ୍କୁ ସହାୟତା କରିବାକୁ ପ୍ରତିବଦ୍ଧ ଆମୱେ ଇଣ୍ଡିଆ ନିରନ୍ତର ଉତ୍ପାଦ କ୍ଷେତ୍ରରେ ନବୋନ୍ମେଷ ଏବଂ ବିଶ୍ୱର ୧ ନମ୍ବର ଭିଟାମିନ ଏବଂ ଖାଦ୍ୟଗତ ପରିପୂରକ (ସପ୍ଲିମେଣ୍ଟ) ବିକ୍ରି କରୁଥିବା ବ୍ରାଣ୍ଡ୍‍ ‘ନ୍ୟୁଟ୍ରିଲାଇଟ’ ଅଦୀନରେ ଅନନ୍ୟ ବିହନରୁ-ପରିପୂରକ ଉତ୍ପାଦର ବିକାଶ ଜରିଆରେ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିଚାଲିଛି ।

ନ୍ୟୁଟ୍ରିଲାଇଟ୍‍ର ସମସ୍ତ ଉତ୍ପାଦ ପଛରେ ଆମୱେର ମଜଭୁତ ବୈଜ୍ଞାନିକ ଗବେଷଣାଗତ ସମର୍ଥନ ରହିଛି, ଯାହା ଉକ୍ତ ଉତ୍ପାଦଗୁଡିକୁ ଜଣଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବା ଦିଗରେ ଏକ ସଫଳ ପନ୍ଥା ଉପାୟ ହୋଇଛି । ସିଜ୍‍ ଦି ଡେ ମଲ୍‍ଟିଭିଟାମିନ ଏବଂ ମିନେରାଲ ଗମିଜ୍‍, ଡି-ଫେନ୍ସ ଭିଟାମିନ ଡି୩ ଜେଲି ଷ୍ଟ୍ରିପ୍‍ ଏବଂ ଆଇ କ୍ୟାଣ୍ଡି ଲୁଟିନ ଓ ଜିସାନଥିନ ଗମିଜ୍‍ ୬୦ ଗମିଜ୍‍ ଅଥବା ଜେଲି ଷ୍ଟ୍ରିପ୍‍ ଥିବା ପ୍ୟାକ୍‍ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ଯଥାକ୍ରମେ ୭୯୯ ଟଙ୍କା, ୬୩୦ ଟଙ୍କା ଏବଂ ୬୨୯ ଟଙ୍କା ରଖାଯାଇଛି । ଏଗୁଡିକ ସମଗ୍ର ଭାରତରେ ଆମୱେ ପ୍ରତ୍ୟକ୍ଷ ବିକ୍ରେତା / ରିଟେଲରମାନଙ୍କ ଜରିଆରେ କେବଳ ଉପଲବ୍ଧ ହେଉଛି । ଅଧିକ ଜାଣିବା ପାଇଁ କମ୍ପାନୀର ୱେବସାଇଟ www.amway.in କୁ ଦେଖନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version