No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଶିବିର ଶୂନ୍ୟ ହେବାରେ ଲାଗିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ,ଲୋକାଭିମୁଖୀ ଶାସନ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ, ଶୁ ଶାସନ ରେ ଅନୁପ୍ରାଣୀତ ହୋଇ ବହୁ ଆଗଧାଡିର ବିଜେପି , କଂଗ୍ରେସ ନେତା ଓ କର୍ମୀ ବିଜେଡ଼ି ରେ ଯୋଗ ଦେଉଛନ୍ତି । ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କନ୍ଧ ଖାଲମଡା ଗ୍ରାମ ନିକଟସ୍ଥ ମା ବାଗ୍ ଦେବୀ ଙ୍କ ପୀଠରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଜାକେଡା ପଞ୍ଚାୟତ ର ବହୁ ବିଜେପି ଓ କଂଗ୍ରେସ ର ଆଦିବାସୀ ନେତା ବିଜେଡ଼ି ରେ ଯୋଗ ଦେଇଥିଲେ । ଜାକେଡା ପଞ୍ଚାୟତ ର ଇନ୍ଦ୍ର ମଣି ମଳିକ,ବୁଲୁ ମଳିକ,ସୁମିତ୍ରା ଜାନୀ,ତ୍ରିନାଥ ମଳିକ, କୁଳମଣୀ ମଳିକ,ବିଶ୍ଵନାଥ ମଳିକ,ବିଜୟ ମଳିକ,ସୁରେନ୍ଦ୍ର ଜାନୀ,ଚିନ୍ତାମଣି ଜାନୀ, ବନମାଳୀ ମଳିକ,ଅର୍ଜୁନ ମଲିକ,ଅଚ୍ୟୁତ ମଳିକ,ଟୁନା ମଳିକ ଆଦି ବିଜେପି ଓ କଂଗ୍ରେସ ର ଆଦିବାସୀ ନେତା ଙ୍କୁ ଉତ୍ତରୀୟ ଦେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଳକୁ ପାଛୋଟି ନେଇଥିଲେ ।

No Result
View All Result