ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବ୍ରୁଆରୀ ମଙ୍ଗଳବାର ) ରଣପୁର ବ୍ଲକ :- ରଣପୁର ନିର୍ବାଚନ ମଣ୍ଡଳୀ ରେ ଦୁଇଟି ବ୍ଲକ ସେଥିମଧ୍ୟରୁ ରଣପୁର ବ୍ଲକ ନୟାଗଡ଼ ଜିଲ୍ଲା ର ସର୍ଵବୃହତମ ବ୍ଲକ । ଏହି ରଣପୁର ବ୍ଲକ ର ୬ ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ସୁନାଖଳା ଜିଲ୍ଲା ପରିଷଦ ଜୋନରେ ବିଜେଡି ରୁ ପ୍ରାର୍ଥୀ ହୋଇଥିବା ଇଂ ଦେବାଶିଷ ପଟ୍ଟନାୟକ ପୂର୍ବତନ ସମିତିସଭ୍ୟ ତଥା ରଣପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଥିଲେ ।
ଅନ୍ୟ ପଟେ ବିଜେପି ଦଳ ପକ୍ଷରୁ ମହେନ୍ଦ୍ର କୁମାର ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ରୁ ଶାରଦା ପ୍ରସନ୍ନ ସୁବୁଦ୍ଧି ପ୍ରାର୍ଥୀ କରା ଯାଇଛି । ତେବେ ସୁନାଖଳା ରେ ବିଜେପି ପ୍ରାର୍ଥୀ ନଇଁପଡିବା ଓ କଂଗ୍ରେସର ବରିଷ୍ଠ କର୍ମୀ ମାନେ ବିଜେଡି ମୁଁହା ହୋଇ ଯାଉଥିବା ଦେଖିବାକୁ ମିଳୁଛି । ଫଳତଃ ସୁନାଖଳା ଜୋନ ରେ ଦେବାଶିଷ ପଟ୍ଟନାୟକ ଏବଂ ମହେନ୍ଦ୍ର କୁମାର ସାହୁ ମଧ୍ୟରେ ଏକ ପ୍ରକାର ଲଢେଇ ହେବା ପ୍ରାୟ ନିଶ୍ଚିତ ହୋଇ ପଡିଛି ।
ସୁନାଖଳା ଜୋନ ର ପ୍ରାୟ ୯ଟି ଯାକ ପଂଚାୟତ ମଧ୍ୟରୁ ପ୍ରତି ପଞ୍ଚାୟତ ରେ ବିଜେଡି ଆଗୁଆ ଥିଲା ଭଳି ଅନୁଭବ ହେଉଛି । ଏଣୁ ରଣପୁର ବ୍ଲକ ର ସୁନାଖଳା ଜୋନ ରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିର୍ବାଚନ ଦୌଡ଼ ରେ ଆଗୁଆ ଥିବାର ଚର୍ଚ୍ଚା ଜୋର ଧରିଛି ।














