ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବ୍ରୁଆରୀ ମଙ୍ଗଳବାର ) ରଣପୁର ବ୍ଲକ :- ରାଜ୍ୟରେ ବାଜୁଛି ନିର୍ବାଚନ ର ବିଗୁଲ୍ । ନିର୍ବାଚନ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ ଓହ୍ଲାଇଛନ୍ତି ଭୋଟର ଙ୍କ ଠାରୁ ଭୋଟ ମାଗିବା ପାଇଁ । ରଣପୁର ବ୍ଲକର ୨୧ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ତ୍ରି ଦଳରୁ ପ୍ରାର୍ଥୀ ଛିଡ଼ା ହୋଇଥିବା ବେଳେ ବିଜୁ ଜନତା ଦଳର ତୁଙ୍ଗ ନେତା କିଶୋର ପଟ୍ଟନାୟକ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରଜନୀରାଣୀ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼େଇରେ ଭାଗ ନେଇଛନ୍ତି ।
ବିଗତ ବର୍ଷରେ ରଣପୁର ଜୋନ ର ଜିଲ୍ଲା ପରିଷଦ ଆସନ ବିଜେଡି ଅକ୍ତିଆର ରେ ଥିଲା ସେପରି ଚଳିତ ବର୍ଷ ବିଜେଡି ସଙ୍ଗଠନ ଦୃଷ୍ଟିକୋଣ ରୁ ଜିଲ୍ଲା ପରିଷଦ ସତ୍ତା ବିଜେଡି ହାତକୁ ଯିବାର ଆଶଙ୍କା ବହୁଳ ରହିଛି ।
ରଣପୁର ଜୋନ ରେ ବିଜେପି ର ଶ୍ରୀମତୀ ଶଶ୍ମିତା ମାର୍ଥା ଓ କଂଗ୍ରେସ ର ଶ୍ରୀମତୀ ସରୋଜିନୀ ପରିଡ଼ା ପ୍ରାର୍ଥୀ ରହିଥିଲେ ମଧ୍ୟ ବିଜେଡିର ଲୋକ ସମର୍ଥନ ଅଧିକ ଥିବା ଜଣାପଡୁଛି । ତେବେ ବିଜେଡି ସଙ୍ଗଠନ ଓ ଲୋକଙ୍କ ପାଖରେ ସରକାର ଙ୍କ ଯୋଜନା ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିବା ରଜନିରାଣୀ ଙ୍କୁ ଭୋଟର ମାନେ କିପରି ବିଜୟ ଟୀକା ପିନ୍ଧଉଛନ୍ତି ଦେଖିବାକୁ ବାକି ରହିଲା ।














