ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ଜଣେ ନେତା ଭୋଟ ପାଇଁ ଜଣେ ବୁଢ଼ାଲୋକ ପାଖକୁ ଗଲେ ଓ ଲୋକଟିର ହାତରେ ୧୦୦୦ ଟଙ୍କା ଧରାଇ କହିଲେ, “ବାବା ମତେ ଏଥର ଭୋଟ ଦେବେ” । ବୁଢା ଲୋକଟି କହିଲା, ପୁଅ ମୋର ଏ ଟଙ୍କା ଦରକାର ନାହିଁ କିନ୍ତୁ ତୋର ଯଦି ଭୋଟ ଦରକାର ଅଛି ତେବେ ମୋ ପାଇଁ ଗୋଟିଏ ଗଧ ଆଣିଦେ । ନୋତା କୁତ ଭୋଟ ଦରକାର ଥିଲା, ତେଣୁ ସିଏ ଗଧ କିଣିବା ପାଇଁ ବାହାରିଗଲେ ।
ହେଲେ ତାଙ୍କୁ କେଉଁଠିବି ୨୦.୦୦୦ ଟଙ୍କା ତଳକୁ ଗଧ ମିଳିଲାନାହିଁ । ନୋତା ବୁଢ଼ା ଲୋକ ପାଖକୁ ଆସି କହିଲେ ଏହି ୧୦୦୦ ଟଙ୍କା ରେ ଗଧମିଳିବା ମୁସ୍କିଲ, ଅତିକମ୍ ରେ ୨୦.୦୦୦ ଟଙ୍କାରେ ଗଧ ମିଳୁଛି । ତେଣୁ ମୁଁ ଆପଣଙ୍କୁତ ଗଧ ଦେଇପାରିବିନାହିଁ କିନ୍ତୁ ଏଇ ୧୦୦୦ ଟଙ୍କା ରଖନ୍ତୁ ଓ ମୋତେ ଭୋଟ ଦିଅନ୍ତୁ ।
ବୁଢ଼ାଲୋକଟି କହିଲା, “ପୁଅ ମୋତେ ଆଉ ଅପମାନିତ କରନାହିଁ “ତୋ ନଜରରେ ମୋର ମୂଲ୍ୟ ଗଧଠାରୁବି କମ୍ …? ଯଦି ଗଧ ୨୦.୦୦୦ ତଳକୁ ବିକ୍ରି ହେଉନାହିଁ ତେବେ ମୁଁ ତ ମଣିଷ ଅଟେ ୧୦୦୦ ଟଙ୍କାରେ କେମିତି ବିକ୍ରି ହେବି …?
















