No Result
View All Result
ନୟାଗଡ଼ ବ୍ଲକର ୧୩,୧୫ ଦୁଇଗୋଟି ଜୋନର ୬ ଗୋଟି ପଞ୍ଚାୟତରେ ମାରାଥନ ପ୍ରଚାର : ୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ସାମିଲି ହୋଇଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ନୟାଗଡ଼ :- ଗାଁ ଗାଁ ରେ ଏବେ ପ୍ରଚାର ଯୋର ଧରିଛି । ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସ୍ତରରେ ସେତିକି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ପକ୍ଷରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଚାରର ମଙ୍ଗ ଧରିଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ।

ଆଜି ନୟାଗଡ଼ ବ୍ଲକର ୧୩,୧୫ ଦୁଇଗୋଟି ଜୋନର ୬ ଗୋଟି ପଞ୍ଚାୟତରେ ମାରାଥନ ପ୍ରଚାର କାର୍ଯ୍ୟର ମଙ୍ଗ ଧରିଛନ୍ତି ଡ.ସାହୁ । ୧୫ ନଂ ଜୋନର ବିଜେଡି ପ୍ରାର୍ଥୀ ସରୋଜ ରଣସିଂ ପ୍ରଚାରରେ ସାମିଲ ହୋଇଥିବାବେଳେ ୧୩ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କ୍ଷୀରୋଦ ମହାପାତ୍ର ପ୍ରଚାରରେ ସାମିଲ ହୋଇଥିଲେ । ଆଜି ନୋତର ଗ୍ରାମ ପଞ୍ଚାୟତର ବଉଳିସାହି ଓ କୋଡିଏ କାହାଣିଆ, ଲାଠିପଡ଼ା ଗ୍ରାମ ପଞ୍ଚାୟତର ଭୁତଡିହି ଓ କୃଷ୍ଣପ୍ରସାଦ ଗ୍ରାମରେ ବିଜେଡି ପକ୍ଷରୁ ଯୋରଦାର ପ୍ରଚାର କରାଯାଇଥିଲା ।
ସେହିପରି ଭାବେ ରାଜପାଟଣା ଗ୍ରାମ ପଞ୍ଚାୟତର ନରସିଂହ ପ୍ରସାଦ, ନାଉଖାଲ, ବାଙ୍କସାଳୁଆ ଓ ରଘୁନାଥପ୍ରସାଦରେ ପ୍ରଚାର ଯୋର ଧରିଥିଲା । ଘଡୁଆଳ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମ, ମୁଥାଗାଡ଼ିଆ ଗ୍ରାମ ପଞ୍ଚାୟତର ମୁଥାଗାଡ଼ିଆ ଓ କରଡ଼ାବଣିରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ନେତା ଓ କର୍ମୀ । ଅନୁରୁପ ଭାବେ ଭାଟସାହି ପଞ୍ଚାୟତର ଡିଆଁପଡ଼ା, ବିରାଡ଼ିସାହି ଓ ବାରପଲ୍ଲା ଗ୍ରାମରେ ପ୍ରଚାର କରାଯାଇଥିଲା ।

ମୋଟ ୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ସାମିଲି ହୋଇଥିଲେ । ସବୁଠାରେ ଜନତାଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଡ.ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଜନତାଙ୍କୁ ଅଭିଭାଷଣ ରଚିଥିଲେ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ମୁଖ୍ୟମନ୍ତ୍ରୀ କରିଥିବା ପ୍ରକାଶ କରିଥିଲେ । ୪ କୋଟି ଜନତାଙ୍କର ଶ୍ରେଷ୍ଠ ନେତା ଭାବେ ଓଡ଼ିସାବାସୀ ବାଛି ନେଇଛନ୍ତି ।
ତାଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ୱାର୍ଡ ସ୍ତରରୁ ପଞ୍ଚାୟତ, ସମିତି ଓ ଜିଲ୍ଲା ପରିଷଦ ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଆଜି ପ୍ରତ୍ୟେକ ଗ୍ରାମରେ ମହିଳା ମାନଙ୍କର ସ୍ୱଇଛାରେ ସାମିଲ ହେବା ଦେଖିବାକୁ ମିଳିଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଦଳର କିଛି ନେତା ବିଜେଡିରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ପ୍ରଚାର, ପ୍ରସାର ଓ ଲୋକପ୍ରିୟତାକୁ ଦେଖି ବିରୋଧି ମାନେ ଚକିତ ହେଲେଣି ।

No Result
View All Result