No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ନୟାଗଡ଼/ଖଣ୍ଡପଡ଼ା :- ଓଡ଼ିଶା ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ର ଛାତ୍ରୀ କୁମାରୀ ଇପ୍ସିତା ସାହୁ ପୁରସ୍କୃତ । ଯୁକ୍ତ ୩ ସଂସ୍କୃତ ବିଭାଗର ବାର୍ଷିକ ପରିକ୍ଷାରେ ୭୬.୬୫ ପ୍ରତିଶତ ନମ୍ବର ରଖି ଓଡିଶା ସରକାରଙ୍କ ଠାରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି ।
କୁମାରୀ ଇପ୍ସିତା ସାହୁ ଓଡିଶା ଆଦର୍ଶ ଶିକ୍ଷକ ଗଙ୍ଗାଧର ସାହୁ ଙ୍କ ନାତୁଣୀ ଏବଂ ଶିକ୍ଷକ ଉମାକାନ୍ତ ସାହୁ ଙ୍କ କନ୍ୟା ଅଟନ୍ତି । ବର୍ତ୍ତମାନ ଇପ୍ସିତା ସାହୁ ବାଙ୍କୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ସଂସ୍କୃତ ବିଭାଗରେ ସ୍ନାତକୋତ୍ତର କରୁଛନ୍ତି ।
No Result
View All Result