No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାସଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି ସମାରୋହ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଜଗନ୍ନାଥ ପଟନାୟକଙ୍କ ସଭା ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋରଞ୍ଜନ ଦଳେଇଙ୍କ ସମେତ ସ୍କୁଲ କମିଟିର ସଭାପତି ଶ୍ରୀ ଜୟରାମ ମହାରଣା , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ହରିହର ଦାସ ଏବଂ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଡ଼ଃ ଦାସ ଗତ ୨୮.୦୮.୨୦୧୯ ରେ ପାରଳାଖେମୁଣ୍ଡି ସ୍ଥିତ ଏହି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଦାୟିତ୍ୱ ଗ୍ରହଣ ପର ଠାରୁ ଆଜିର ଅବସର ଗ୍ରହଣ ଦିନ ପର୍ଯ୍ୟନ୍ତ ଡ଼ଃ ଦାସ ମହାରାଜା ହାଇସ୍କୁଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମେତ ଛାତ୍ରମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ବିଦ୍ୟାଳୟର ଅତ୍ୟନ୍ତ ଉନ୍ନତି ସାଧନ କରିଥିବା ଯୋଗୁଁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଓ ମୁଖ୍ୟବକ୍ତା ଶ୍ରୀ ଦଳେଇ ପ୍ରମୁଖଙ୍କ ସମେତ ମଞ୍ଚାସୀନ ଅତିଥି ଓ ବହୁ ଶୁଭେଛୁ ମାନେ ଡ଼ଃ ଦାସଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଡ.ଦାସ ନିଜ ପ୍ରତ୍ୟୁତ୍ତରରେ କହିଥିଲେ ଯେ , ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ମୋର ସମସ୍ତ ସହକର୍ମୀ , ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅକୁଣ୍ଠ ସହଯୋଗରେ ବେଶ ଉନ୍ନତି ସାଧିତ କରିପାରିଛି ।
ଆଗାମୀ ଦିନ ମାନଙ୍କ\’ରେ ଏହି ମହାରାଜା ହାଇସ୍କୁଲର ଉନ୍ନତି ଓ ବିକାଶଧାରାକୁ ଆଗେଇ ନେବା ପାଇଁ ମୁଁ ଅବସର ଗ୍ରହଣ କରିଥିଲେ ହେଁ ନିଶ୍ଚିତ ଭାବେ ଯଥା ସମ୍ଭବ ସହଯୋଗ କରିବି । ପାରଳାଖେମୁଣ୍ଡି ସହରବାସୀ , ସମସ୍ତ ଗଣମାଧ୍ୟମ ପ୍ରତିନିଧି , ସମସ୍ତ ପଦାଧିକାରୀ ଓ ରାଜନେତା ମାନଙ୍କ ସମସ୍ତ ସହଯୋଗ ଓ ସମର୍ଥନରେ ଗତ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ମୋର ଦାୟିତ୍ୱ ମୁଁ ସୁଚାରୁରୂପେ ତୁଲାଇ ଆସିଛି ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେଉଁ ସ୍ଥାନରେ ଥିଲେ ବି ଏହି ଶତାୟୁ ପୁରାତନ ହାଇସ୍କୁଲର ଉନ୍ନତି ପାଇଁ ଡାକରା ହେଲେ ମୁଁ ନିଜକୁ ଗର୍ବର ସହ ସାମିଲ ହେବି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ହାଇସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ରାଜନେତା , ସହରର ବୁଦ୍ଧିଜୀବୀ , ଶୁଭେଛୁ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result