No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ ହୋଇଯାଇଛି । ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଅଧ୍ୟକ୍ଷତା କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ କାହିଁକି ଶହୀଦ ଦିବସ ପାଳନ କରାଯାଏ
ତା’ଉପରେ କହିବା ସହ ମହାତ୍ମା ଗାନ୍ଧୀଙ୍କ ନୀତି , ଆଦର୍ଶ , ନିଶାନିବାରଣ , ଅହିଂସା ନୀତି ତଥା ଓଡିଶା ଆଗମନ ବେଳେ ମହାତ୍ମା ଗାନ୍ଧୀଙ୍କ ଅନୁଭୂତି ସମ୍ପର୍କରେ ବ୍ୟାଖ୍ୟାନ କରିଥିଲେ । ସେହିଭଳି ଡ଼.ଭାରତୀ ପାଣିଗ୍ରାହୀ ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ସମେତ ନେତାଜୀ ସୁବାଷ ଚନ୍ଦ୍ର ବୋଷ , ଭଗତ୍ ସିଂ , ଚନ୍ଦ୍ର ଶେଖର ଆଜାଦ୍ ଙ୍କର ତ୍ୟାଗ ଓ ବଳିଦାନ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଛାତ୍ରୀ ରଶ୍ମିତା ନାୟକ ମଧ୍ୟ ଭାରତୀୟ ଭାବେ ଗର୍ବିତ ବୋଲି ବକ୍ତବ୍ୟ ଦେଇଥିଲେ । ଶେଷରେ ସମସ୍ତ ଶହୀଦ୍ ଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଭାଶେଷ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ଛାତ୍ରୀ ମାନେ ଯୋଗଦାନ କରିଥିଲେ ।

No Result
View All Result