No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ଖୋର୍ଦ୍ଧା- ଜଟଣୀ :- ଯାଲ ପ୍ରମାଣପତ୍ର ଦେଇ ରେଳବାଇ ଜେନେରାଲ ମ୍ୟାନେଜର କୋଟାରେ ୨୦୦୪ ରୁ ଏ’ପର୍ଯ୍ୟନ୍ତ ବହୁ ଲୋକ ନିଯୁକ୍ତି ପାଇଥିବାରୁ ଏହାର ଵିଧିବଦ୍ଧ ତଦନ୍ତ କରିବାକୁ ପୂର୍ବତଟ ରେଳ ଶ୍ରମିକ ୟୁନିଅନର ସାଧାରଣ ସମ୍ପାଦକ ତଥା ଅର୍ବନ ବ୍ୟାଙ୍କର ନିର୍ଦେଶକ ପ୍ରଦୀପ ପାଟଶାଣୀ ଦାବୀ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଟଶାଣୀ କହିଛନ୍ତି ଯେ ରେଳବାଇର ପଛ ଦରଜା ଦେଇ ବହୁଲୋକ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବୟସ କମାଇ ‘ଜିଏମ’ ଜେନେରାଲ ମ୍ୟାନେଜର କୋଟାରେ ଚାକିରୀ ପାଇଛନ୍ତି । ଏହାର ତଦନ୍ତ କରାଯିବା ଆବଶ୍ୟକ ।
ଅବିଭକ୍ତ ଦକ୍ଷିଣ ପୂର୍ବ ରେଳବାଇରେ ୧୯୦୪ ମସିହାରେ ପ୍ରତିଷ୍ଠିତ ଅର୍ବାନ ବ୍ୟାଙ୍କ ଏସିଆ ମହାଦେଶରେ ସର୍ବ ବୃହତ ଅର୍ବାନ ବ୍ୟାଙ୍କ । ୧ଲକ୍ଷ ୪୨ହଜାର ୪୫୦ଜଣ ରେଳ କର୍ମଚାରୀ ଏହାର ଅଂଶୀଦାର । ମୁଳପାଣ୍ଠି ୧୯୮୯ କୋଟି ଓ ଅଂଶଧନ ୩୪୨.୫୦ କୋଟି ଋଣଦେୟ ୨୦୩୧.୫୬ କୋଟି । ୨୦୧୫ରେ ଏହାରଶେଷ ନିର୍ବାଚନ ହୋଇଥିଲା । ଅଦାଲତର ରହିତାଦେଶ ଯୋଗୁଁ ଏହାର ନିର୍ବାଚନ ହୋଇପାରୁନାହିଁ । କିନ୍ତୁ ଅଂଶୀଦାର ମାନେଶିକ୍ଷା ସହାୟତା,ହଲିଡେ ଗୃହ ସୁବିଧା ଏବଂ ୨୪ ଘଣ୍ଟା ମଧ୍ୟରେ ଋଣ ପାଉଥିବାବେଳେ କେବଳ ଲାଭାଂଶ ପାଇପାରୁନାହାନ୍ତି ।
ଲାଭାଂଶ ବାବଦରେ ୯୫କୋଟି ଟଙ୍କା ସଂରକ୍ଷିତ ପାଣ୍ଠିରେ ରଖାଯାଇଛି । ସେହିପରି ରେଳବାଇ ଅର୍ବାନ ବ୍ୟାଙ୍କରେ ଅଂଶୀଦାର କର୍ମଚାରୀଙ୍କ ପିଲାମାନଙ୍କୁ ନିଯୁକ୍ତି ସୁବିଧା ପ୍ରଦାନ କରାଯାଇଛି । ବିରୋଧୀ ଶ୍ରମିକ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ସମସ୍ୟାର ସମାଧାନ ପାଇଁ ରେଳବାଇ ଅର୍ବାନ ବ୍ୟାଙ୍କର ସାଧାରଣ ନିର୍ବାଚନ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ନିର୍ଦେଶକ ତଥା ରେଳ ଶ୍ରମିକ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ବି ବି ସାମନ୍ତରାୟ ଓ ୟୁ ଈଶ୍ୱର ରାଓ ଉପସ୍ଥିତ ଥିଲେ ।

No Result
View All Result