No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ନୟାଗଡ଼ :- ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୧ ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ନୟାଗଡ଼ ଖଣ୍ଡପଡ଼ାରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରିନେଇଛି।ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ପ୍ରତିଜ୍ଞା ଦାସ ଓ ସସ୍ମିତା ସାହୁ ମେରିଟ୍ ତାଲିକାରେ ଯଥାକ୍ରମେ
ନୟାଗଡ଼ ବ୍ଳକରେ ପ୍ରଥମ ଓ ୩ୟ ସ୍ଥାନ ଅଧିକାର କରିଥିଲାବେଳେ ମେରିଟ୍ କମ୍ ପଭର୍ଟି ତାଲିକାରେ ଆର୍ଯନ ଅମନ ଜେନା ବ୍ଳକରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ଦୁଇ ଜଣ ସଫଳତା ହାସଲ କରିଛନ୍ତି । ଶ୍ରଦ୍ଧା ସୁମନ ବ୍ଳକରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲାବେଳେ କେ. ଦେବସ୍ମିତା ୩ୟ ସ୍ଥାନ ଅଧିକାର କରିଛନ୍ତି ।
ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ବିଦ୍ଯାଳୟ ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ କ୍ଲଷ୍ଟର ର ସିଆରସିସି ମନୋଜ କୁମାର ବେହେରା ଯୋଗଦେଇ ବିଦ୍ଯାଳୟର ଅଦ୍ଭୁତପୂର୍ବ ସଫଳତା ପାଇଁ ବିଦ୍ଯାଳୟର ଗୁରୁମା ଗୁରୁଜୀ ଓ ମେଧାବୃତ୍ତି ପାଇଥିବା ଶିଶୁଙ୍କର ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଥିଲେ ।
ପ୍ରତିବର୍ଷ ଏହି ବିଦ୍ଯାଳୟ ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରୁଥିବାରୁ ବିଦ୍ଯାଳୟର ଗୁରୁମା ଗୁରୁଜୀ ମାନଙ୍କୁ ଭୂୟସୀ ପ୍ରସଂଶା କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ଏହି ଅଭିନନ୍ଦନ ସମାରୋହରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।
No Result
View All Result