No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିସହରର ଉପକଣ୍ଠରେ ଥିବା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତରେ ସରପଞ୍ଚ ପାର୍ଥି ଓ ୱାଡ଼ ସଭ୍ୟ ପାର୍ଥିପତ୍ର ଦାଖଲ ଓ ଯାଞ୍ଚ କାର୍ଯ୍ୟ ପରି ସମାପ୍ତି ହୋଇଥିବାର ଦେଖିବାକୁ ମିଳିଛି।ୱାଡ଼ ସଂଖ୍ୟା୧୧ ଥିବାବେଳେ ମୋଟ ଭୋଟର ସଂଖ୍ୟା ୪୭୯୦ ଥିବା ଜଣା ପଡ଼ିଛି।ସରପଞ୍ଚ ପାର୍ଥି ପତ୍ର ଦାଖଲ କରିଛନ୍ତି କେ. ଜଗଦୀଶ,ସନ୍ତୋଷ କୁମାର ସାମଲ, ଗୌରାଙ୍ଗ ପ୍ରଧାନ, ସୋହନାପୁରମ ଲକ୍ଷ୍ମୀନାରାୟଣ, ସୁନୀଲ ମହାପାତ୍ର, ଇରେସୁ ଦଣ୍ଡପାଣି, ପ୍ରଶାନ୍ତ କୁମାର ପାଳ, ଚତୁରର୍ଭୁଜ ପ୍ରଧାନ, ହେମନ୍ତ କୁମାର ପ୍ରଧାନ, ନାସୁ ଗଣେଶ ପ୍ରମୁଖ ପାର୍ଥିପତ୍ର ଦାଖଲ କରି ଛନ୍ତି । ଆଜି ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇ ଥିବାର ଦେଖିବାକୁ ମିଳିଛି । ସେହିଭଳି ୱାଡ଼ ସଭ୍ୟ ପକାଇ ଥିବାର ପାର୍ଥିପତ୍ର ମଧ୍ୟ ଯାଞ୍ଚ କରିଥିବାର ଦେଖି ବାକୁ ମିଳିଛିକେରାଣ୍ଡି ପଞ୍ଚାୟତ ର ସରପଞ୍ଚ ପାର୍ଥିପତ୍ର ଦାଖଲ କଲା ପରେ ଗୌରାଙ୍ଗ ପ୍ରଧାନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଯେ କେରାଣ୍ଡି ପଞ୍ଚାୟତ ର ସ୍ୱାସ୍ଥ୍ୟ,ଶିକ୍ଷା,ରାସ୍ତା ଘାଟ, ବିଜୁଳି ଆଲୁଅ, ଚାଷୀ ମାନଙ୍କ ସକାଶେ ରଇତ ବଜାର, ପରିମଳ ବ୍ୟବସ୍ଥା,ସୁଲଭ ଶୌଚାଳୟ, ରାମ ସାଗରର ସୌନ୍ଦର୍ଯ୍ୟ କରଣ କରିବା ଉପରେ ଗୁରୁତ୍ୱ ଦେବି ।

କେରାଣ୍ଡି ପଞ୍ଚାୟତ ର ସରପଞ୍ଚ ପାର୍ଥି ପତ୍ର ଦାଖଲ କଲା ପରେ ସରପଞ୍ଚ ପାର୍ଥି ପ୍ରଶାନ୍ତ କୁମାର ପାଳ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ, ପଞ୍ଚାୟତ ର ମୌଳିକ ସମସ୍ୟା, ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବି, ନାଳ ବନ୍ଧ, କେନାଲର କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ କରିବି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ପ୍ରକୃତ ହିତାଧିକାରୀ ଙ୍କ ନିକଟରେ ଯେପରି ପହଞ୍ଚି ବ ତା ପ୍ରତି ଗୁରୁତ୍ୱ ଦେବି । କେରାଣ୍ଡି ପଞ୍ଚାୟତ ର ସରପଞ୍ଚ ପାର୍ଥିପତ୍ର ଦାଖଲ କଲା ପରେ ସରପଞ୍ଚ ପାର୍ଥି ସୁନୀଲ କୁମାର ମହାପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ପଞ୍ଚାୟତ ର ସମସ୍ୟା ଗୁଡିକ ର ସମାଧାନ କରିବା ସହିତ କେରାଣ୍ଡି ପଞ୍ଚାୟତ ର ବିକାଶ କରିବି,ରାସ୍ତା ଘାଟ ନିର୍ମାଣ ସାଙ୍ଗକୁ ପ୍ରକୃତ ହିତାଧିକାରୀ ଙ୍କୁ ପେନସନ, ରାସନ କାର୍ଡ଼, ଆବାସ ଯୋଜନାରେ ଯେଉଁ ମାନେ ଘର ପାଇନାହାନ୍ତି ସେମାନଙ୍କୁ ଆବାସ ଯୋଗାଇ ବା କୁ ଚେଷ୍ଟା କରିବି ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

No Result
View All Result