ରଣପୁର ୬ଟି ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ , ଚାପ ମୁକ୍ତ ହେଲେ ବିଧାୟକ

୬ ଟି ଜୋନ ରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଚୟନ କରି ନାମ ଘୋଷଣା କରିଛନ୍ତି ବିଧାୟକ ହେଲେ କର୍ମୀ ଅସନ୍ତୁଷ୍ଟ …. ଦେଖାଯାଉ ଆଗକୁ କିଏ କରୁଛି ବାଜିମାର ଓ କିଏ ହେଉଛି ଧରାଶାୟୀ ।

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ରଣପୁର :- ଓଡ଼ିଶାରେ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହି ତ୍ରିସ୍ତରୀୟ ନିର୍ବାଚନ ରେ ଓଡ଼ିଶାର ୩୦ ଗୋଟି ଜିଲ୍ଲା ଭାଗ ନେବେ ଏବଂ ଏଥିରେ ସରପଞ୍ଚ , ସମିତିସଭ୍ୟ , ଜିଲ୍ଲାପରିଷଦ ଏହିଭଳି ତିନି ଗୋଟି ପଦବୀ ପାଇଁ ଆଗକୁ ନିର୍ବାଚନ ଆସୁଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲା ଭଳି ନୟାଗଡ଼ ଜିଲ୍ଲାରେ ମଧ୍ୟ ନିର୍ବାଚନ ର ବିଗୁଲ ବାଜୁଛି …. ତେବେ ନୟାଗଡ଼ ଜିଲ୍ଲା ର ଚାରୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନୟାଗଡ଼ , ରଣପୁର , ଦଶପଲ୍ଲା ଓ ଖଣ୍ଡପଡା ରେ ପଞ୍ଚାୟତନିର୍ବାଚନ ପାଇଁ ଜୋରଦାର ଭାବେ ଚାଲିଛି ପ୍ରାର୍ଥୀ ଚୟନ । ସବୁ ନିର୍ବାଚନ ମଣ୍ଡଳୀ ଅପେକ୍ଷା ରଣପୁର ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଚୟନକୁ ନେଇ ବହୁ ଚାପ ରେ ଥିଲେ ବିଧାୟକ । ରଣପୁର ୬ଟି ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରଣପୁର ନିର୍ବାଚନ ମଣ୍ଡଳୀ ରେ ୬ ଟି ଜିଲ୍ଲା ପରିଷଦ ଜୋନ । ଗୋଡିପଡା , ଶରଣକୁଳ , ରଣପୁର , ସୁନାଖଳା , ଚାନ୍ଦପୁର , ଗୋପାଳପୁର ଜୋନ ଗୁଡ଼ିକ ରେ ଜିଲ୍ଲାପରିଷଦ ଆସନ ପାଇଁ ଦେଖିବାକୁ ମିଳିଥିଲା ଜୋରଦାର ଲଢେଇ । ଦଳ ସୁପ୍ରିମୋ ସମସ୍ତ ବିଧାୟକ ମାନଙ୍କ ହାତରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେହିଭଳି ବିଜେଡ଼ି ଦଳର ପ୍ରାର୍ଥୀ ଚୟନ ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏହି ଦାୟିତ୍ୱ ମଧ୍ୟ ଦିଆଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜୋନ ରୁ କେଉଁମାନେ ପ୍ରତିନିଧିତ୍ୱ କରିବେ ସେମାନଙ୍କ ନାମ ଘୋଷଣା କରିଛନ୍ତି ବିଧାୟକ ।

ଚାନ୍ଦପୁରରୁ ଜୋଛ୍ଛନାମୟୀ ଦଳ ବେହେରା , ସୁନାଖଳା ରୁ ଦେବାଶିଷ ପଟ୍ଟନାୟକ , ରଣପୁର ଜୋନ ରୁ ରଜନୀରାଣୀ ପଟ୍ଟନାୟକ , ଗୋପାଳପୁର ରୁ ନର୍ମଦା ରାୟ ଏବଂ ଶରଣକୂଳ ରୁ ଚିନ୍ମୟୀ ଦାଶ , ଗୋଡିପଡା ଜୋନ ରୁ ସଂଯୁକ୍ତା ପଢ଼ିଆରୀ ଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ମଇଦାନକୁ ପଠାଇଛନ୍ତି । ବିଗତ ଥର ଏହି ତ୍ରିସ୍ତରୀୟ ନିର୍ବାଚନ ରେ ଶାସକ ଦଳ ୨ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିବା ବେଳେ ଶରଣକୁଳ, ଗୋଡିପଡା , ଗୋପାଳପୁର , ସୁନାଖଳା ଭଳି ୪ଟି ଜିଲ୍ଲାପରିଷଦ ଆସନ ବିଜେପି ଦଳ ହାତକୁ ଯାଇଥିଲା ।

ଯାହାକି ଜନସାଧାରଣ ଶାସକ ଦଳର ଟାଣୁଆ ସାଙ୍ଗଠନିକ ବିଚାରଧାରାକୁ ଦେଖିଥିଲେ । ଗତ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ନେତୃତ୍ୱରେ ଥିବା ବିଧାୟକ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ରେ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ଚଳିତ ଥର ବିଜେଡି ଦଳ ୬ ଟି ଜୋନ ରୁ କେତୋଟି ଆସନ ବାଜିମାର କରୁଛି … ନା ବିରୋଧୀ ଙ୍କ ଠାରେ ଧରାଶାୟୀ ହେଉଛି ।