No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳିସ୍ଥିତି ଲାଗି ରହିଥିବା ବେଳେ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିସ୍ଫୋରକ ରୂପ ନେଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଟିକେଟ ବଂଟାକୁ ନେଇ ବିଜେଡିରେ ଗୋଷ୍ଠୀ ବିବାଦ ବଢିବାରେ ଲାଗିଛି ।ବିଧାୟକଙ୍କୁ ଅଣଦେଖା କରି ‘ହାରୁନେତା’ ତଥା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେବାରୁ ବିଜେଡିରେ ବିସ୍ଫୋରଣ ହୋଇଛି । ବିଧାୟକ ଅରବିନ୍ଦ ଢାଲୀଙ୍କୁ ଅଣଦେଖା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି ।
ବିଜେଡିର ବରିଷ୍ଠ ନେତା ଅରବିନ୍ଦ ଢାଲି ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି । ଏପରିକି ନବୀନ ସରକାରରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ତେବେ ୨୦୧୯ରେ ନିର୍ବାଚିତ ହୋଇଥିଲେ ମଧ୍ୟ ଦଳରେ ତାଙ୍କୁ ଅଣଦେଖା କରାଯାଇଥିଲା । ମୁଖ୍ୟତଃ ଜିଲ୍ଲା ସଭାପତି ତଥା ଜଟଣୀର ‘ହାରୁନେତା’ ବିଭୂତିଭୂଷଣ ବଳବନ୍ତରାୟଙ୍କ ସହ ତାଙ୍କର ଜତିପାତ ପଡିନଥିଲେ । ଫଳରେ ବିଭୂତି ଗୋଷ୍ଠୀ ତାଙ୍କୁ ଦଳରେ କୋଣାଠେସା କରିଦେଇଥିଲେ । ଢାଲିଙ୍କୁ ଚେକ ଦେବାକୁ ବିଭୂତି ଗୋଷ୍ଠୀ ଆମ ସଂଗଠନକୁ ଜୟଦେବରେ ପ୍ରୋମୋଟ କରିବା ଆରମ୍ଭ କରିଥିଲେ ।
ପରିସ୍ଥିତି ଏଭଳି ହୋଇଥିଲା ଯେ ବିଭିନ୍ନ ସରକାରୀ କିମ୍ବା ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟ ଆମ ସଂଗଠନର ଦବଦବା ରହୁଥିଲା । ଆମ ସଂଗଠନର ଅଧ୍ୟକ୍ଷ କମଲ ଓରଫ ଚନ୍ଦନ ପାତ୍ରଙ୍କୁ ଛାମୁଆ ରାଜନୀତିକୁ ଆଣିବାକୁ ବିଭୂତି ଗୋଷ୍ଠୀ ଅଂଟା ଭିଡିଥିଲେ । କୋଣାଠେସା ହୋଇଥିବା ଢାଲି ଜିଲ୍ଲା ସଭାପତିଙ୍କ ବିପକ୍ଷରେ ଖୋଲାଖୋଲି ମୁହଁ ଖୋଲିବାକୁ ଉଚିତ ମଣିନଥିଲେ । ଫଳସ୍ୱରୂପ ଆଜି ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନ ଓ ଟିକେଟ ବାଂଟିବା ଦାୟିତ୍ୱ ପ୍ରାୟ ବିଧାୟକଙ୍କ ଉପରେ ଛଡାଯାଇଥାଏ । କିନ୍ତୁ ଜୟଦେବରେ ପ୍ରାର୍ଥୀ ଚୟନ ଓ ଟିକେଟ ବଂଟନ କାର୍ୟର୍୍ୟକ୍ରମ ହେଲା, ହେଲେ ବିଧାୟକ ଜାଣିପାରିଲେ ନାହିଁ । ତାଙ୍କୁ ସଭାକୁ ମଧ୍ୟ ଡକାଗଲା ନାହିଁ ।
ଜିଲ୍ଲା ସଭାପତି ବିଭୂତି, ଖୋର୍ଦ୍ଧା ଜିଲ୍ଲା ପର୍ୟ୍ୟବେକ୍ଷକ କୈଳାଶ ପାତ୍ର ଓ ଆମ ସଂଗଠନର ଅଧ୍ୟକ୍ଷ ଚନ୍ଦନ ପାତ୍ରଙ୍କ ଦ୍ୱାରା ଚୟନ କରାଯାଇଥିବା ୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଟିକେଟ ପାଇଥିବା ପ୍ରାର୍ଥୀମାନେ ଆମ ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ତେବେ ଜୟଦେବରେ ବିଧାୟକଙ୍କ ଅଗୋଚରରେ ଟିକେଟ ବଂଟା ପରେ ଢାଲିଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ ହେଉଛି । ଦଳରେ ରହି ଏଭଳି ଅପମାନକୁ ସହ୍ୟ କରିନପାରି, ବିଧାୟକ ଢାଲି ଦଳରୁ ଇସ୍ତାଫା ଦେବେ ବୋଲି ତାଙ୍କର ନିକଟତମ ମହଲରୁ ସୂଚନା ମିଳିଛି । ଶୁକ୍ରବାର କିମ୍ବା ଶନିବାର ଦିନ ଢାଲି ନିଜର ଇସ୍ତଫା ପତ୍ର ଦଳ ସୁପ୍ରିମୋଙ୍କୁ ପଠାଇବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଧାୟକଙ୍କୁ ବିରୋଧ କରି ବିଭୂତି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଏକ ଚାଲେଞ୍ଜ ହେବ, ଏଥିରେ ସନ୍ଦେହ ନାହିଁ ।
ଢାଲିଙ୍କ ଜଣେ ସମର୍ଥକ ନିଜ ନାମ ଗୋପନ ରଖି କହିଛନ୍ତି, ବିଭୁତି ନନା ଯେମିତି ନିର୍ବାଚନ ବେଳେ ଆସି ବିଜେଡି ଟିକେଟ ବାଂଟେିଲ ସେମିତି ଆଗରୁ ବାତ୍ୟା, ବନ୍ୟା ହଉ ବା କରୋନା ସମୟରେ ଦୁଖ କଷ୍ଟ ବାଂଟି ଥାନ୍ତେ ବହୁତ ଭଲ ହୋଇଥାନ୍ତା । ଆଜିବି ଲୋକେ ସମସ୍ୟା ଭିତରେ ଅଛନ୍ତି, କେବେ ଚେଷ୍ଟା କରିଛ ତାଙ୍କ ସହିତ କଥା ହେବା ପାଇଁ.. । ଯେମିତି ମାନ୍ୟବର ମୁଖ୍ୟମନ୍ତ୍ରୀ କହନ୍ତି ଓଡିଶାର ସାଢେଚାରି କୋଟି ଲୋକ ମୋ ପରିବାର କେବେ ଆପଣ କହିଛନ୍ତି ଜୟଦେବବାସୀ ମୋ ପରିବାର । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଦୟିତ୍ୱ ଦେଇଛନ୍ତି, କିନ୍ତୁ ବିଜେଡିକୁ ଦୁଇଭାଗ କରନ୍ତୁ ନାହିଁ । ଯଦି ପାରୁଛ ଦୁଇ ଭାଗକୁ ଏକ କରନ୍ତୁ, ବିଧାୟକ ଏବଂ ଅମ ସଗଂଠନକୁ ମିଶାଇ ଦିଅନ୍ତୁ ।
No Result
View All Result