No Result
View All Result
ତାଙ୍କ ନାମ ବନ୍ଦନା ପତି(୨୨) । ସେ ଭରତପୁର ବସ୍ତିରେ ରହୁଥିଲେ । ଏହି ଅପହରଣରେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଜାନୁଆରୀ, ବୁଧବାର ) ଭୁବନେଶ୍ୱର :- ସ୍ଥାନୀୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପହରଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ କିନ୍ନରଙ୍କୁ ଗିରଫ କରିଛି । ତାଙ୍କ ନାମ ବନ୍ଦନା ପତି(୨୨) । ସେ ଭରତପୁର ବସ୍ତିରେ ରହୁଥିଲେ । ଏହି ଅପହରଣରେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଏକ ଗଣମାଧ୍ୟମ ସଂ ସ୍ଥାରେ ଭିଜୁଆଲ ଏଡିଟର ଥିବା ରାଜେନ୍ଦ୍ର ସାହୁ ଇନ୍ଦ୍ରଧନୁ ମାର୍କେଟ ନିକଟସ୍ଥ ଗାନ୍ଧି ବସ୍ତିରେ ରହୁଥିଲେ । ଗତକାଲି ରାତିରେ ସେ ଘରେ ଥିବା ବେଳେ ଜଣେ କିନ୍ନର ଓ ୩ ଜଣ ଯୁବକ ହଠାତ୍ ଘର ଭିତରେ ପଶିଥିଲେ । ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ ନେଇଥିଲେ । ତାଙ୍କୁ ଘରୁ ବଳପୂର୍ବକ ଟେକି ନେଇଥିଲେ । ସେମାନେ ତାଙ୍କୁ ନେଇ ଭରତପୁର ବସ୍ତିିର ଏକ ଘରେ ରଖିଥିଲେ ।
ତେବେ କୌଶଳକରି ରାଜେନ୍ଦ୍ର ସେଠାରୁ ଖସି ଆସି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ରାଜେନ୍ଦ୍ରଙ୍କୁ ଅପହରଣ କରା ଯାଇଥିବା ଜଣା ପଡ଼ିଥିଲା । ମଙ୍ଗଳବାର ପୁଲିସ ଭରତପୁର ବସ୍ତିରେ ଚଢ଼ଉ କରି ବନ୍ଦନା କିନ୍ନରଙ୍କୁ ଗିରଫ କରିଛି । ଏହି ଅପହରଣରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
No Result
View All Result