No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ବରଗଡ :- ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ଦ୍ୱିତୀୟ ଦିନ ରେ ଜିଲ୍ଲା ରେ ବିଭିନ୍ନ ପଦବୀ ପାଇଁ ୨୭୭ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ହେଲେ ମନୋନୟନ ପତ୍ର ଦାଖଲ କରିନାହାନ୍ତି । ୨୭୭ ମନୋନୟନ ପତ୍ର ଦାଖଲ ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ସର୍ବାଧିକ୨୨୯ ଜଣ , ସରପଞ୍ଚ ପାଇଁ ୩୭ ଏବଂ ସମିତି ସଭ୍ୟ ପଦ ପାଇଁ ୧୪ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
୧୨ ବ୍ଲକ ମଧ୍ୟରେ ଅତାବିରା ରେ ୩୩,ଅମ୍ଭାଭୋନାରେ ୧୧, ଗାଇସିଲେଟ ବ୍ଲକରେ ୨୧, ଝାରବନ୍ଧ ବ୍ଲକ ରେ ୨୦, ପାଇକମାଳ ବ୍ଲକ ରେ ୧୫, ବରଗଡ଼ ୨୮, ବରପାଲି ବ୍ଲକ ରେ ୨୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଭଟଲି ବ୍ଲକ ରେ ୧୧, ଭେଡେନ ବ୍ଲକ ରେ ୩୭, ରାଜବୋରାସମ୍ବର ୧୯, ଏବଂ ସୋହେଲା ବ୍ଲକ ରେ ୧୯ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ମଧ୍ୟ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି ।

No Result
View All Result