No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ନୟାଗଡ଼ :- ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜିଠାରୁ ପଞ୍ଚାୟତ ନିର୍ବଚାନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ନେଇ ପରିବେଶ ଫିକା ପଡିଛି । ନୟାଗଡ଼ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ଗାଁ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଫେବୃଆରୀ ୧୬ତାରିଖ ଦିନ ହେବ । ମୋଟ ୧ଲକ୍ଷ ୩୫ହଜାର ୩ଜଣ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ୩୬ଗୋଟି ପଂଚାୟତରେ ୫୭୪ଗୋଟି ୱାର୍ଡ ଥିବା ବେଳେ ୪ଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି ।
ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାଡ଼ିକିଳା, ଭାଲିଆଡିହି, ହରିଡ଼ାବନ୍ଧ, ହରିହରପୁର, କୋରପିଠା, ପନ୍ତିଖାରୀ, ସୁନାମୁହିଁରୁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଶିଖରପୁରରୁ ୨ଜଣ, କୋମଣ୍ତ, କୁରାଳ, ରବିଗାଡ଼ିଆ, ଗୋଡ଼ିପଲ୍ଲୀରୁ ୩ଜଣ, ଶରଧାପୁର ଓ ଗୋତିସାହିରୁ ୫ଜଣ, ଗୋଡ଼ିପଡାରୁ ୧୬ଜଣ ୱାର୍ଡମେମ୍ବର ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସରପଞ୍ଚ ପାଇଁ ଗୋତିସାହି ଓ ଶିଖରପୁର ପଂଚାୟତରୁ ଜଣେ ଲେଖାଏଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସମିତିସଭ୍ୟ ପାଇଁ କେବଳ ଗୋତିସାହି ପଂଚାୟତରୁ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିବା ଗ୍ରାମ ପଂଚାୟତ ଅଧିକାରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି ।
ଆଜି କଂଗ୍ରେସ ଦୁଇଟି ଜିଲ୍ଲା ପରିଷଦ ପ୍ରାର୍ଥୀ ଘୋଷଣା କରି ପ୍ରାର୍ଥୀ ପତ୍ର ଦାଖଲ କରିଛି । ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩ ନମ୍ବର ଜୋନ ପାଇଁ ସସ୍ମିତା ଦାଶ ଅନ୍ୟପକ୍ଷେ ବିଜେଡି ୪ଟି ଯାକ ଜିଲ୍ଲା ପରିଷଦ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି । କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ବିଜେଡି ସମସ୍ତ ସିଟ୍ ହାସଲ କରିବ ବୋଲି କହିଛି । ଆସନ୍ତାକାଲି ଓ ବୁଧବାର ଦିନ ଅଧିକ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । କୋଭିଡ କଟକଣା କଡାକଡି ଭାବେ ପାଳନ କରାଯାଉଥିବାରୁ ପ୍ରାର୍ଥୀ ଓ ତାଙ୍କର ୨ ଜଣ ସମର୍ଥକଙ୍କୁ ନେଇ କେବଳ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରାର୍ଥୀମାନେ ଆସୁଛନ୍ତି । ଶୋଭାଯାତ୍ରା ନାହିଁ ।
କେବଳ ନିରାଡମ୍ବର ଭାବେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଆଜି ଦାଖଲ କରିଛନ୍ତି। ଆଜି ପ୍ରଥମ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା । ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖ ପର୍ଯ୍ୟାତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଆଉ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ହୋଇପାରିବ । ଆଉ ୨୫ ତାରିଖରେ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରି ୧୬ରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।
No Result
View All Result