ଶୋକାକୁଳ ପରିବେଶରେ ସହୀଦ ଯବାନଙ୍କ ଶେଷ କୃତ୍ୟ ସଂପନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ରାୟଗଡ଼ :- ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଯବାନଙ୍କ ଆଜି ନିଜ ଗାଁରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସଂପନ. ସହୀଦ ଯବାନ ପର୍ଶୁରାମ ଶବରଙ୍କ ମୃତ ଶରୀର ଗତକାଲି ରାତ୍ର 10ଘଣ୍ଟା ବେଳେ ନିଜ ଗ୍ରାମ କୁରୁଗୁଵାଗ୍ରାମ ରେ ପହଂଚିଥିଲା l ଏସ ଏସ ବି ବାଟାଲିୟନ 45 ବି ର ଅଫିସର ଓ ଯବାନ ମାନେ ଶବକୁ ଧରି ଆସିଥିଲେ.ଆଜି ସକାଳ 8ରେ କଫିନ କୁ ଖୋଲାଯାଇଥିଲା ଓ ଗ୍ରାମ ପରିକ୍ରମା କରାଯିବା ପରେ 8.45ମିନିଟ ସମୟରେ ସହୀଦ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାଲାମୀ ଶସ୍ତ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ କୃତ ସଂପନ କରାଯାଇଥିଲା l

 

ସହୀଦ ଯବାନ ସ୍ମୃତି ସକାଶେ ବାପା ତ୍ରିନାଥ ଶବର ଙ୍କୁ ରାଷ୍ଟ୍ରୀୟ ପତାକା ଦେଇ ଆମର ଆତ୍ମାର ସଦଗତି ନିମନ୍ତେ ରାଷ୍ଟ୍ରୀୟ ପତାକା ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ବେଳେ ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ,ତହସିଲଦାର ଲୀଳାବତୀ ଆଚାର୍ଜୀ, ପୁଲିସ ଏସଡିପିଓ ରାମକୃଷ୍ଣ ପତି,ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡ ବ୍ଲକ ଜଣେ ଯବାନ ଙ୍କୁ ହରାଇଥିବାରୁ ଶୋକାକୁଳ ପରିବେଶରେ ଆଜି ସହୀଦ ଙ୍କ ଶେଷ କୃତ ସଂପନ ହୋଇଥିଲା.ରାୟଗଡ ବ୍ଲକର ଅନେକ ଅଂଚଳ ରୁ ଶତାଧିକ ଲୋକେ ସହୀଦ ଙ୍କ ଶେଷ ଦର୍ଶନ କରିଥିଲେ l