No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରେ ଦିନକୁ ଦିନ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ମଧ୍ୟରେ ସେତେ ଫାଟ ସୃଷ୍ଟି ହେବାରେ ଲାଗିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଜିଲ୍ଲା ବିଜେଡି ସମ୍ପାଦକଙ୍କ ଦଳରୁ ଇସ୍ତଫା ଓ କଂଗ୍ରେସରେ ଯୋଗଦାନ । ଏହିପରିପେକ୍ଷୀରେ ଅଡବା ନିକଟସ୍ଥ ଆଶ୍ରୟପୁର ଗ୍ରାମଠାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡି ସଂପାଦକ ମଧୁସୂଦନ ନାୟକ, ପୂର୍ବତନ କଟାମା ସରପଞ୍ଚ ରୀନା ପ୍ରଧାନ, ବିଜେଡି ଯୁବ ନେତା ସାଗର ବଳିଆର ସିଂ, ପ୍ରଭାତ ପାଇକ, ପ୍ରଫୁଲ୍ଲ ସଭା ସୁନ୍ଦର, ବେନାନ୍ତିଅ ନାୟକ ଙ୍କ ସମେତ ବହୁ ବିଜେଡି ଦଳର ନେତା ପ୍ରମୁଖ କଂଗ୍ରେସ ଦଳର ନିତୀ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସଂଗଠନରେ ଯୋଗଦାନ କରିଛନ୍ତି ।

କୋଭିଡର ନିୟମ ଅନୁଯାୟୀ କମ ସଂଖ୍ୟକ କର୍ମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସଂପାଦକ ଶ୍ରୀ ନାୟକ କହିଛନ୍ତି ସେ ୨୦ ବର୍ଷ ଧରି ବିଜେଡିର ଜଣେ କର୍ମଠ ଓ ନିଷ୍ଠାପର କର୍ମୀ ଥିଲେ । ଜିଲ୍ଲାସ୍ତରର ନେତାମାନେ ସାଂସଦ ଓ ବଡବଡିଆ ନେତାମାନଙ୍କ ସହିତ ଯୋଗାଯୋଗ ଓ ସଂପର୍କ ରଖିଲେ କିନ୍ତୁ ମୋତେ ଅଣଦେଖା କଲେ । ବ୍ଳକର ବିଜେଡି ସଭାପତି ରଞ୍ଜିବ ଶବର ଅଣଦେଖା କରିବା ସହିତ କୌଣସି ସଭା ସମିତି କରି ଦଳକୁ ସୁଦୃଢ କରିପାରିଲେ ନାହିଁ । ବହୁପଞ୍ଚାୟତ ଲୋକେ ରଞ୍ଜିବ ଶବର କିଏ ତାଙ୍କୁ ଜାଣନ୍ତି ନାହିଁକି ଚିହ୍ନତି ନାହିଁ । ପୁରୁଣା ଠକ କୁଜି ନେତାଙ୍କ କଥା ଶୁଣି ଦଳର କ୍ଷତି କରୁଛନ୍ତି ।

ଏଣୁ ବିଜେଡି ଦଳରେ ରହି କାମ କରିବା କଷ୍ଟକରେ ହେବାରୁ ସେ ବାଧ୍ୟ ହୋଇ କଂଗ୍ରେସ ଦଳରେ ଯୋଗଦେଇଥିବା କହିଛନ୍ତି । ସେହିପରି ଅନ୍ୟାନ୍ୟ କର୍ମୀମାନେ ମଧ୍ୟ କଂଗ୍ରେସର ଆଦର୍ଶ ଓ ନିତୀରେ ଅନୁପ୍ରାଣୀତ ହୋଇ ଓ ବିଧାୟକଙ୍କ ସହଯୋଗ, ପରୋପକାର ଏବଂ କାମ କରିବାର ଦୃଢ ଇଚ୍ଛାଶକ୍ତି ଯୋଗୁଁ ସମସ୍ତେ କଂଗ୍ରେସ ଦଳରେ ଯୋଗ ଦେଇଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ବ୍ଳକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ ଉପସ୍ଥିତ ଥିଲେ ।

No Result
View All Result