No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) କଳାହାଣ୍ଡି :- ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସହଯୋଗରେ ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମରେ ବର୍ଷା ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନ୍ତର୍ଜାତୀୟ ପର୍ବତାରୋହି ଯୋଗବ୍ୟାସ ଭୋଇ , ମୁଖ୍ୟ ବକ୍ତା ଭାବରେ ଜାତୀୟ ବିଜ୍ଞାନ ପୁରସ୍କାର ପ୍ରାପ୍ତ ତଥା ଜୟ ଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ସମ୍ମାନିତ ଅତିଥି ଭାବରେ ୱାର୍ଲଡ଼ ଭିଜନ ଇଣ୍ଡିଆର କର୍ମଚାରୀ ପ୍ରତିମା ତାଣ୍ଡି , ଜଗୁଲାଲ ଭୋଇ , କୈଳାସ ଚନ୍ଦ୍ର ଭୋଇ , ଶରତ ଚନ୍ଦ୍ର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ , ଅନୁଷ୍ଠାନର ସଭାପତି ଦୁର୍ବାଦଲ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମଟିକୁ ଗଙ୍ଗା ନାରାୟଣ ଦାସ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ଯୁବକ ଯୁବତୀ ମାନଙ୍କୁ ବର୍ଷା ଜଳ କିପରି ସଂରକ୍ଷଣ କରିବା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ପରିଶେଷରେ ଅନ୍ତର୍ଜାତୀୟ ପର୍ବତାରୋହି ଯୋଗବ୍ୟାସ ଭୋଇ ଓ ଜାତୀୟ ବିଜ୍ଞାନ ପୁରସ୍କାର ପ୍ରାପ୍ତ ସନ୍ତୋଷ କୁମାର କରଙ୍କୁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ,ସରିଆଁ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ କ୍ଲବର ସଦସ୍ୟ ସ୍ୱାଧୀନ କୁମାର ଭୋଇ , ସୌରଭ କୁମାର ଭୋଇ , ସାହିଲ ଭୋଇ , ମୋହିତ କୁମାର ଭୋଇ ,ସଲିଲ ଡାକୁଆ, ପ୍ରବୀଣ ସେଠୀ, ଇଜି ଭୋଇ,ମଲିକା ସେଠି,ସୌମ୍ୟା ସୁସ୍ମିତା ଭୋଇ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।
No Result
View All Result