No Result
View All Result
ନୟାଗଡ ଜିଲ୍ଲା,କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ ନିର୍ବାଚନ ମଣ୍ଡଳୀର ୪୭ଟା ପଞ୍ଚାୟତରେ ୬ଟି ଜିଲ୍ଲା ପରିଷଦ ପଦବୀ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ବିଜେଡି ର ଗଡ କରିବା ପାଇଁ ଡ.ଅରୁଣ କୁମାର ସାହୁ ଙ୍କ ପ୍ରୟାସ ।
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ନୟାଗଡ :- ନୟାଗଡ ଜିଲ୍ଲା ନୟାଗଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନୟାଗଡ,ଓଡ଼ଗାଁ ବ୍ଲକର ୪୭ଗୋଟି ପଞ୍ଚାୟତ,ନୟାଗଡ ନିର୍ବାଚନ ମଣ୍ଡଳୀ ରେ ୬ ଟି ଜିଲ୍ଲା ପରିଷଦ ଜୋନରେ ଧୀରେ ଧୀରେ ରାଜନୈତିକ ଉଷ୍ମତା ବଢୁଥିବା ଦେଖିବାକୁ ମିଳିଅଛି । ଗାଁ ଗାଁ ରେ ପୋଷ୍ଟର ବ୍ୟାନର ଛାଉଣୀ ସମେତ ଭୋଜି ଭାତର ଆସର ଜମୁଥିବାବେଳେ ନିର୍ବାଚନ କୋଭିଡ କଟକଣା ଆଗାମୀ ନିର୍ବାଚନ ପ୍ରଚାର ପ୍ରସାରକୁ ଫିକା ପକାଇବ ବୋଲି ଏବେ ଠାରୁ ଦ୍ଵନ୍ଦ ଉପୁଜିଲାଣି
ଏଭଳି ପରିସ୍ଥିତିରେ ଦଳୀୟ ସମର୍ଥିତ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜୟ ଲାଭ କରିବା ଉଦ୍ଦେଶ୍ୟରେ ଶାସକ ବିଜେଡି ଦଳ ପ୍ରତି ଗାଁ ଗାଁ ରେ ରାଜନୀତିକ ସମୀକ୍ଷକ ତଥା କିଛି ପୁରୁଖା ନେତାଙ୍କୁ ଗୁପ୍ତଚରଭାବେ ପ୍ରେରଣ କରି ଆଶାୟୀ ପ୍ରାର୍ଥୀଙ୍କ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହ ଏକ ତଥ୍ୟ ପ୍ରସ୍ତୁତ କରିଅଛି । ସାଧାରଣ ଲୋକଙ୍କ ମତାମତକୁ କେନ୍ଦ୍ର କରି ଏହି ତଥ୍ୟାବଳୀ ପ୍ରସ୍ତୁତ ହୋଇଥିବା ଜଣାପଡିଛି ।
ବିଶେଷ କରି ଆଶାୟୀଙ୍କ ଲୋକପ୍ରିୟତାକୁ ଆଧାର କରି ବିଜୟୀ ହାର ଅଧିକା ଥିବା ଆଶାୟୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଅଛି । ଇତି ମଧ୍ୟରେ ନିଜ ସପକ୍ଷରେ ମତାମତ ପ୍ରଦାନ ନିମନ୍ତେ କିଛି ଆଶାୟୀ ଗୁପ୍ତଚରଙ୍କୁ ହାତବାରିସି କରି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ,ଏ ପରିପ୍ରେକ୍ଷୀରେ କିଛି ପଞ୍ଚାୟତରେ ସଠିକରୂପେ ପର୍ଯ୍ୟବେକ୍ଷଣ ହୋଇ ପାରିବ କି ନାଇଁ ତାକୁ ନେଇ ସନ୍ଦେହ ଉପୁଜିଛି ।
ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ତାରିଖ ନିକଟତର ହେଉଥିବାବେଳେ ଇତି ମଧ୍ୟରେ ପର୍ଯ୍ୟବେକ୍ଷକରୂପୀ ଗୁପ୍ତଚରମାନେ ଏକ ବନ୍ଦ ଲଫାପା ମାଧ୍ୟମରେ ନିଜ ନିଜର ଅନୁଶୀଳନ ରିପୋର୍ଟ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ଉକ୍ତ ରିପୋର୍ଟ ଆଧାରରେ ଦଳୀୟ ଟିକେଟ ମିଳିବ ନା ନାହିଁ ତାକୁ ନେଇ ଆଶାୟୀ ଏବେ ଦ୍ଵନ୍ଦରେ ଥିବାବେଳେ ଖୁବ ଶ୍ରୀଘ୍ର ଏଥିରେ ଯବନିକା ପଡିବ ବୋଲି ଆଶା କରାଯାଉଛି ।
ଇତି ମଧ୍ୟରେ ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ କୌଶଳଯୁକ୍ତ ମତଦାନ ସବୁ ରାଜନୈତିକ ଦଳ ନିମନ୍ତେ ଚିନ୍ତାର କାରଣ ପାଲଟିଥିବାବେଳେ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟର ପୃଥକ ପୃଥକ ମତଦାନ ସାବ୍ୟସ୍ତ କରିଥିଲେ ।ଦଳୀୟ ଜିଲ୍ଲାପରିଷଦ ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ରଖିବାକୁ ଦୃଷ୍ଟିରେ ରଖି ଶାସକଦଳ ସମର୍ଥିତ ପ୍ରାର୍ଥୀଙ୍କ ତାଲିକାରେ ମୋହର ବାଜିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ତେବେ ଆଗାମୀ ନିର୍ବାଚନରେ ଗୁପ୍ତଚରମାନଙ୍କ ଅଙ୍କକଷା ଦଳୀୟ ହାଇକମାଣ୍ଡଙ୍କ ପାଇଁ କେତେ ଲାଭପ୍ରଦ ହେବ ତାହା ଦେଖିବାକୁ ବାକି ରହିଲା ।
No Result
View All Result