ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଶୈବ ପୀଠ ପାଇଁ ବେଆଇନ ଭାବେ ଟଙ୍କା ଆଦାୟ କରିବା ନେଇ : ରାସ୍ତାରେ ଧାରଣା ଦେଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶୈବ ପୀଠ ନିକଟକୁ ଯାଉଥିବା ଲୋକଙ୍କ ପାଖରୁ ମନ ଇଚ୍ଛା ଟଙ୍କା ଆଦାୟ କରିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଯାହା କି ଏହି ଅଞ୍ଚଳ ରେ ଜଙ୍ଗଲ ବିଭାଗର ଜଙ୍ଗଲି ରାଜ ଚଳେଇଛନ୍ତି ଅଭିଯୋଗ ଆଣିଛନ୍ତି। ଏହି ଶୈବପୀଠ ମହେନ୍ଦ୍ରଗିରି ରେ ପାଦଚଲା ଭକ୍ତଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କରୁଛନ୍ତି ବନ ବିଭାଗ ପକ୍ଷରୁ କୁହାଯାଇଛି ଯାହା କି ବିଭାଗୀୟନିଜମନମୁଖୀ ଶାସନ ଚଲାଇଥିବା ଏବଂ ଲୋକଙ୍କ ଠାରୁ ମନଇଚ୍ଛା ମୁତାବକ ଅନୁସାରେ ଟଙ୍କା ଆଦାୟକୁ ବିରୋଧ କରି ଅଞ୍ଚଳ ବାସିନ୍ଦା ଧାରଣା ରେ ବସିଥିଲେ । ଏହି ବିଷୟରେ ଆଦିବାସୀ ମାନେ , ଆଗାମୀ ଦିନରେ ଏହାର ସମାଧାନ ନ କରାଗଲେ ବିରାଟ ବଡ଼ ଆନ୍ଦୋଳନ କରାଜିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଞ୍ଚଳ ବାସିନ୍ଦା କହିବାନୁଯାୟୀଏ ହେଉଛି ଗଜପତି ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ପର୍ବତ ଶିଖରେ ମାଳା , ଏହି ଶୈବ ପୀଠ କୁ ଦର୍ଶନ କରିବା ପାଇଁ ପୋଡଶି ଜିଲ୍ଲା ସହିତ ରାଜ୍ୟ ବାହାରୁ ମଧ୍ୟ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ମାସରେ ଶହ ଶହ ଭକ୍ତ ଓ ପର୍ଯ୍ୟଟକମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ରାମାୟଣ ସାର୍କିଟେ ମଧ୍ୟ ସ୍ଥାନ ପାଇବା ପରେମହାରାଷ୍ଟ୍ରର,ଦିଲ୍ଲୀ ,ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ ରୁ ଭକ୍ତମାନେ ମଧ୍ୟ ଆସନ୍ତି । ବର୍ତମାନ ଏହି ମହେନ୍ଦ୍ରଗିରି ବେଆଇନ ଭାବେ ଟଙ୍କା ଆଦାୟ କୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଅଞ୍ଚଳ ର ଲୋକଙ୍କୁ ସୂଚନା ନଦେଇ ବନ ବିଭାଗ ପକ୍ଷରୁ ମହେନ୍ଦ୍ରଗିରି ଶୈବ ପୀଠ କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଇଛି ତାକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ ଲୋକ ମାନେ ।

ପୂର୍ବରୁ ମହେନ୍ଦ୍ରଗିରି ଶୈବ ପୀଠ ର ସୁରକ୍ଷା କରୁଥିବା ଆଦିବାସୀ ଲୋକ ମାନେ ଏବେ ବନ ବିଭାଗ ତାର ମନମୁଖୀ ଶାସନ କରୁଥିବା ଅଭିଯୋଗ କରିଛନ୍ତି। ପାଖାପାଖି ପଞ୍ଚାୟତ ଲୋକ ମାନେ ଏକତ୍ରିତୋ ହୋଇ ମହେନ୍ଦ୍ରଗିରି ଯିବା ରାସ୍ତାରେ ଗଣଧାରଣା କରିଥିଲେ । ରାମଗିରି ବନଖଣ୍ଡ ଅଧିକାରୀଙ୍କ ମନମୁଖୀ ଶାସନକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ, ଅନ୍ୟପଟେ ମଧ୍ୟ ମହେନ୍ଦ୍ରଗିରି ଇକୋ ଡେଭଲପମେଣ୍ଟ ଗଠନ କରାଯାଇଛି ସେଥିରେ ମଧ୍ୟ କିଛି ଲୋକଙ୍କୁ ଧରି ଗଠନ କରିଛନ୍ତି ସ୍ଥାନୀୟ ସରପଞ୍ଚ ମାନଙ୍କୁ କୈାଣସି ସୂଚନା ପ୍ରଦାନ କରି ନାହାନ୍ତି ବନ ବିଭାଗ ଅଧିକାରୀ ମାନେ। ସେହି କମିଟି କୁ ମଧ୍ୟ ପୁନଃ ନୂତନ ଭାବେ ଗଠନ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ ।ଆଜିର ଏହି ବିଶାଳ ଶୋଭାଯାତ୍ରା ରାୟଗଡ଼ା ବ୍ଲକ କଁଇପୁରୁ ପଞ୍ଚାୟତ ଅଫିସ୍ ଠାରୁ ବାହାରି ମହେନ୍ଦ୍ରଗିରି ପର୍ବତ ର ମୁଖ୍ୟ ସଡ଼କ ରେ ଧାରଣା ରେ ବସିଥିଲେ ।

ବିଭିନ୍ନ ପ୍ରକାର ର ସ୍ଳଗାନ ମଧ୍ୟ ଦେଉଥିଲେ ଆଦିବାସୀ ଲୋକ ମାନେ , ଏ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର , ଗାରାବନ୍ଧ ପୋଲିସ ସହ କିଛି ବନ ବିଭାଗର ଅଧିକାରୀମାନେ ମାନେ ମଧ୍ୟ ପହଞ୍ଚି ଥିଲେ । ଏ ନେଇ ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ସେ କହିଛନ୍ତି କି ସ୍ଥାନୀୟ ଲୋକମାନେ ଏହି ଟଙ୍କା ଆଦାୟ କୁ ବିରୋଧ କରୁଛନ୍ତି ଏ ନେଇ ଲିଖିତ ଭାବେ ଅଭିଯୋଗ ମଧ୍ୟ କରିଛନ୍ତି ଆମେ ଏହାର ନିଶ୍ଚୟ ସମାଧାନ କରିବା ପାଇଁ ଚେଷ୍ଟା କରିବୁ କହିଛନ୍ତି । ରାମଗିରି ବନଖଣ୍ଡ ଅଧିକାରୀ କହିଛନ୍ତି କି ମହେନ୍ଦ୍ରଗିରି ଉନ୍ନତି ପାଇଁ ଏହାର ପାଖାପାଖି ଥିବା ଲୋକଙ୍କୁ ନେଇ ବାଇକ ଓ ଚାରି ଚକିଆ ଯାନବାହନ ରୁ ଟଙ୍କା ଆଦାୟ କରାଯାଉଛି । ମହେନ୍ଦ୍ରଗିରି ଉନ୍ନତି ପାଇଁ ଯେଉଁ ଇକୋ ଡେଭଲପମେଣ୍ଟ ଗଠନ କରାଯାଇଛି ତାର ନୂତନ ଭାବେ ଆଉ ଏକ ଗ୍ରୁପ୍ ଗଠନ କରିବୁ ବୋଲିକହିଛନ୍ତି ।