No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପୁରୀ :- ଆଜି ୧୨ ଜାନୁଆରୀ ଜାତୀୟ ଯୁବ ଦିବସ ଏବଂ ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ ତମ ଜୟନ୍ତୀ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥଧାମ ଶାଖା ତରଫରୁ ପୁରୀରେ ମହାସମାରୋହ ରେ ପାଳିତ ହୋଇ ଯାଇଛି । ପୁରୀ ଦିଗବାରେଣୀ ଛକ ଠାରେ, ପରିଷଦ ସହଯୋଗ ରେ ପ୍ରତିଷ୍ଠିତ ହୋଇଥିବା ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ଏବଂ ଉପଜିଲ୍ଲାପାଳ ଶ୍ରୀ ଭଵତାରଣ ସାହୁ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।ପରିଷଦ ର ସଭାପତି ଶ୍ରୀ ମୁକ୍ତିକାନ୍ତ ଦାସ ପ୍ରାରମ୍ଭ ରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟ ରେ ପରିଷଦ ର ରାଷ୍ଟ୍ରୀୟ ସମ୍ପାଦକ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ,ପ୍ରାନ୍ତ ଉପାଧକ୍ଷ ଶ୍ରୀମତୀ ସୁପ୍ରିତି ରଥ,ପ୍ରାନ୍ତ ସଂଗଠନ ସମ୍ପାଦକ ସୌମେନ୍ଦ୍ର ଦାସ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ପଦ୍ମଲୋଚନ ମହାପାତ୍ର,ସନ୍ତୋଷ ମହାନ୍ତି,ଆୟୁର୍ବେଦିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଡ଼ଃ କାମଦେବ ଦାସ,ଡ଼ଃ ମନୋଜ କୁମାର ସାମନ୍ତରାୟ,ଡ଼ଃ ସୁରେନ୍ଦ୍ର ନାଥ ପତି,ଶରତ ଜୟସିଂହ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଉପସ୍ଥିତ ପରିଷଦ ର ସଦସ୍ୟମାନେ ସମୂହ ବନ୍ଦେମାତରଂ ଗାନ କରି ରାଷ୍ଟ୍ର ଅରଧନା କରଥିଲେ।ଉତ୍ସବ ପାଳନ ରେ ସହଯୋଗ କରିଥିଲେ ପିତାମ୍ବର ମହାପାତ୍ର,କୃଷ୍ଣ ଚନ୍ଦ୍ର ରଥ,କିଶୋର ପାତ୍ର, ଗୌରାଙ୍ଗ ଚନ୍ଦ୍ର ମିଶ୍ର,ଜଗଦୀଶ ଆଚାର୍ଯ୍ୟ,ମୋନାଲିସା ପଟନାୟକ,ଦେବେନ୍ଦ୍ର ରଥ,ନିମାଇଁ ଚରଣ ସାହୂ, ହର ମହାପାତ୍ର,ପ୍ରଫୁଲ ମିଶ୍ର,ଜୟନ୍ତୀ ମହାପାତ୍ର,ଲାଲା ଅନନ୍ତ କୁମାର ସିଂହ,ମମତା ପାତ୍ର।
No Result
View All Result